ସାଲେପୁର ୨୮ ।୮- ଆଜି ସାଲେପୁର ପ୍ରଶାସନ ପକ୍ଷରୁ ସାଲେପୁର ଜେଲ୍ ସମେତ ୧୮୨ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ଜଣାଯାଇଛି । ସାଲେପୁର ଜେଲ୍ରେ ୧୭କର୍ମଚାରୀ ଓ ୧୦୫ଜଣ ଜେଲ୍ର ଅନ୍ତେବାସୀଙ୍କ ସମେତ ୧୨୨ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିବାବେଳେ ଗୋପିନାଥପୁର ସେଣ୍ଟରରୁ ୬୨ଜଣଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିବା ଡାକ୍ତର ଶରଣ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।