Odisha news

ସି.ପି.ଆଇ(ଏମ୍) କେନ୍ଦ୍ର କମିଟି ଡାକରାରେ ଭୁବନେଶ୍ୱରରେ ସପ୍ତାହବ୍ୟାପି ପ୍ରଚାର ଅଭିଯାନ, ପ୍ରତିବାଦ କାର୍ଯ୍ୟକ୍ରମ

0

ଭୁବନେଶ୍ୱର, ତା ୨୮.୦୮.: ଭାରତର କମୁ୍ୟନିଷ୍ଟ ପାର୍ଟି (ମାର୍କ୍ସବାଦୀ) କେନ୍ଦ୍ର କମିଟି ଡାକରାରେ ୧୬ ଦଫା ଦାବି ନେଇ ପ୍ରଚାର ଅଭିଯାନ ଏବଂ ପ୍ରତିବାଦ ଆହ୍ୱାନକୁ ଭୁବନେଶ୍ୱରରେ ସପ୍ତାହବ୍ୟାପୀ ସଂଗଠିତ କରାଯାଇଛି । କୋଭିଡ୍-୧୯ ମୁକାବିଲା ପାଇଁ ନିଆଯାଇଥିବା କଟକଣା ଯୋଗୁଁ ଜନସାଧାରଣଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ସରକାର ଜନସାଧାରଣଙ୍କର ଅର୍ଥନୈତିକ ଅବସ୍ଥାକୁ ସୁଧାରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଜନବିରୋଧୀ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।

ଅଗଷ୍ଟ ୨୦ରୁ ୨୬ ପର୍ଯ୍ୟନ୍ତ ପ୍ରତିବାଦ ଏବଂ ପ୍ରଚାର ଅଭିଯାନର ଦାବି ଗୁଡ଼ିକ ମଧ୍ୟରେ ତାଲାବନ୍ଦ ଯୋଗୁଁ କ୍ଷତିଗ୍ରସ୍ତ ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଯୋଗାଇଦେବା, ପ୍ରତ୍ୟେକ ପରିବାରକୁ ମାସିକ ୧୦ କିଲୋ ଚାଉଳ/ଗହମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ମାଗଣାରେ ପ୍ରଦାନ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ନିୟନ୍ତ୍ରଣ ଆଇନ ଅକାମୀ କରୁଥିବା ଅଧ୍ୟାଦେଶକୁ ବାତିଲ କରିବା । ସରକାରୀ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା, ପ୍ରଧାନମନ୍ତ୍ରୀ କେୟାର ଫଣ୍ଡରୁ ଆଗଧାଡ଼ିରେ ରହି କୋଭିଡ ମୁକାବିଲା କରୁଥିବା ରାଜ୍ୟମାନଙ୍କୁ ଅର୍ଥ ଯୋଗାଇଦେବା, ଜି.ଡି.ପି. ର ୩ ଭାଗ ଅର୍ଥ ସାର୍ବଜନୀନ ସ୍ୱାସ୍ଥ୍ୟକ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ କରିବା, ଏନ୍.ଡି.ଆର୍.ଏଫ୍. ଆଇନ ଦ୍ୱାରା କୋଭିଡ-୧୯ ମହାମାରୀ ମୁକାବିଲା କରାଯାଉଥିବାରୁ ଏ.ଡି.ଆର୍.ଏଫ୍. ଫଣ୍ଡରୁ ମହାମାରୀରେ ମୃତକପରିବାରକୁ ତୁରନ୍ତ ଏକକାଳୀନ ସହାୟତା ପ୍ରଦାନ କରାଯାଉ ।

ପରିବେଶ ଗତ ଆକଳନ ଚିଠା ପ୍ରସ୍ତାବକୁ ରଦ୍ଦ କରାଯାଉ । ଦଳିତ / ଆଦିବାସୀ ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ବନ୍ଦ କରାଯାଉ । ଅନୁସୂଚିତ ଜାତି , ଜନଜାତି / ପଛୁଆ ବର୍ଗ ପାଇଁ ଥିବା ଆରକ୍ଷଣକୁ କଡ଼ାକଡ଼ି ଭାବେ ପାଳନ କରାଯାଉ । ନିଯୁକ୍ତି ବାତିଲ ଅଧ୍ୟାଦେଶ ଏବଂ ଶ୍ରମ ଆଇନ ପରିବର୍ତ୍ତନକୁ ବନ୍ଦ କରିବାକୁ ଥିବା ଭଳି ପ୍ରମୁଖ ଦାବିରେ ହେଉଥିବା ପ୍ରଚାର ଅଭିଯାନକୁ ଜନସାଧାରଣଙ୍କର ବ୍ୟାପକ ସମର୍ଥନ ମିଳିଛି । ଭୁବନେଶ୍ୱର ଉପକଣ୍ଠ, ଚନ୍ଦକାର ଗୋଡ଼ିବାରୀ, କଣ୍ଟାବାଡ଼, ପଥରଗାଡ଼ିଆ, ଅନ୍ଧାରୁଆ, ବାଲିଅନ୍ତା, ବାଲିପାଟଣାର ଗିରିଙ୍ଗୋ, ଗିରିଙ୍ଗୋ ଭୋଇସାହି, କୁଳିନ୍ତିରା, ଅଠାନ୍ତର ପ୍ରମୁଖ ଗ୍ରାମରେ ସଙ୍ଗଠିତ ହୋଇଛି ।

ଭୁବନେଶ୍ୱରରେ ରାଜ୍ୟକେନ୍ଦ୍ର ଜୟଦେବ ବିହାର, ଆଦିବସୀ ଗାଁ ସାଲିଆ ସାହି, ନାଲକୋନଗର, ଚନ୍ଦ୍ରଶେଖରପୁର, ସମେଇଗାଡ଼ିଆ, ଚକେଇସିଆଣି, ମଞ୍ଚେଶ୍ୱର ଗ୍ରାମ ପ୍ରମୁଖ ସ୍ଥାନରେ ସଂଗଠିତ ହୋଇଯାଇଛି । ପ୍ରତିବାଦ ଏବଂ ପ୍ରଚାର ଅଭିଯାନ କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଜଗନ୍ନାଥ ମିଶ୍ର, ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ସାଲ ମାର୍ଣ୍ଡି, ଜିଲ୍ଲା ନେତା ପ୍ରଭାତ ପାଣିଗ୍ରାହୀ, ଚାମ୍ବୁରୁ ସୋରେନ, ମିନତୀ ପାଣିଗ୍ରାହୀ, ପ୍ରଫୁଲ୍ଲ ଭୋଇ, ରବିନ୍ଦ୍ର ଟୁଡୁ, ନୟନା ନାୟକ, ଜାଣ୍ଡୁକା ପୂର୍ତ୍ତି, ଆଞ୍ଚଳିକ କମିଟି ସଭ୍ୟ ଗଣେଶ ଭୋଇ, ଜୟପ୍ରକାଶ ଭଞ୍ଜଦେଓ, ବିମଳି ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ । ଜନସାଧାରଣଙ୍କର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ ସଂଗଠିତ କରାଯିବ ବୋଲି ପାର୍ଟି ପକ୍ଷରୁ ଘୋଷଣା ହୋଇଛି ।

Leave A Reply