Odisha news

ବୁରୁଡ଼ିରେ ମେଗା ଚାରା ବଣ୍ଟନ

0
ରମ୍ଭା/ତା ୨୮-୦୮-୨୦୨୦ ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଅଧିନସ୍ଥ ହରିପୁର ବୁରୁଡ଼ି ଗ୍ରାମରେ ରମ୍ଭା ବନ୍ୟପ୍ରାଣୀ  ବନାଞ୍ଚଳ ବିଭାଗ ଓ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତିର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ  ଚାରା ବଣ୍ଟନ ବନାଞ୍ଚଳ ଅଧିକାରୀ ନଗେନ କୁମାର ପଣ୍ଡାଙ୍କ ଦ୍ଵାରା କରା ଯାଇଥିଲା।ଵୃକ୍ଷ ଗଙ୍ଗା ଅଭିଯାନ ଅବସରରେ ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ଓ  ଶିକ୍ଷକ ଶେଷଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକର୍ମରେ ମହେଶ୍ୱର ନାହାକ,ସୁକାନ୍ତ ଦଳେଇ,ସତ୍ୟବ୍ରତ ନାହାକ, ବଳଭଦ୍ର ନାହାକ,ବନ କର୍ମଚାରୀ ଗୌରାଙ୍ଗ ପ୍ରଧାନ, ଓ ଚିନ୍ତାମଣି ବେହେରା ଏବଂ ଗାୟତ୍ରୀ ପରିବାରର ଶାଖା ସଂଯୋଜକ ଝଡ଼ିଆ ନାହାକ,ଉମାକାନ୍ତ ସାହୁ ସମେତ ଯୋଗଦେଇ ଚାରା ବଣ୍ଟନ କରିଥିଲେ।ଗ୍ରାମର ପ୍ରତି ପରିବାରକୁ ଦୁଇ ଲେଖାଏଁ ଚାରା ଯୋଗାଇ ଦିଆଯାଇ ତାର ଉପଯୁକ୍ତ ଯତ୍ନ ନେବାକୁ ଅନୁଷ୍ଠାନ ତରଫରୁ ଆହ୍ୱାନ କରାଯାଇଥିଲା।ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ  ବିଭିନ୍ନ କିସମର ପ୍ରାୟ ୧୧୦୦ ଚାରା ବଣ୍ଟନ କରାଯାଇଥିଲା।ବୁରୁଡ଼ି ଗ୍ରାମରେ ଏହି ମେଗା ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଲୋକମାନଙ୍କର ବୃକ୍ଷ ରୋପଣ ନିମନ୍ତେ ବହୁ ଆଗ୍ରହ ଥିବାର ପରିଲକ୍ଷିତ ହୋଇଥିଲା।ଏପରିକି ଗୋଟିଏ ଥରରେ ୬୦୦ ଏବଂ ଆଉ ଥରେ ୫୦୦ ଚାରା ଭ୍ରାମ୍ୟମାଣ ଗାଡ଼ିରେ ଅଣାଯାଇଥିଲା।
Leave A Reply