ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ,ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ :
ମହାମାରୀ କୋଭିଡ-୧୯ ଦ୍ୱାରା ଏହି ଲେଖା ପ୍ରସ୍ତୁତ ବେଳକୁ ୨କୋଟି ୪୪ ଲକ୍ଷ ଲୋକ ସଂକ୍ରମିତ ହେବା ସହ ୮ଲକ୍ଷ ୩୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କରୋନା ଭୂତାଣୁ ସାର୍ସ କୋଭ-୨ର ପ୍ରାର୍ଦୁଭାବ ବଢ଼ିଲାଣି । ବର୍ତ୍ତମାନ ବିଶ୍ୱବ୍ୟାପୀ ଏହାର ମୁକାବିଲା ପାଇଁ ୧୯୦ଟି ଟିକାର ବିକାଶ ଜାରି ରହିଛି । ସେଥିଭିତରୁ ୨୮ଟି ସମ୍ଭାବ୍ୟ ଟିକା ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚôଥିବା ବେଳେ ଅତିକମ୍ରେ ପାଞ୍ଚଟି ବହୁ ପ୍ରତିକ୍ଷୀତ ଟିକା ଉପରେ ବିଶ୍ୱବାସୀଙ୍କ ନଜର ରହିଛି । ପୁନେସ୍ଥିତ ସିରମ ଇନ୍ଷ୍ଟିଚୁ୍ୟଟ “କୋଭିସିଲଡ୍’ ନାମରେ ଉକ୍ତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଥିବାବେଳେ ଦେଶର ୧୭ଟି ଡାକ୍ତରଖାନାରେ ଏହା ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛି । ଏହାର ମୂଲ୍ୟ ୪ଡଲାର ବା ୨୯୫ ଟଙ୍କା ଭିତରେ ରହିପାରେ । ସେହିପରି ଆମେରିକୀୟ ଭେଷଜ କମ୍ପାନୀ ମଡର୍ଣ୍ଣା ଦ୍ୱାରା ବିକଶିତ ଏନ୍ଆରଏନ୍ଏ-୧୨୭୩ ନାମକ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ବର୍ତ୍ତମାନ ୩ହଜାର ସ୍ୱେଚ୍ଛାସେବୀଙ୍କ ଠାରେ ଜାରି ରହିଛି । ଏହାର ମୂଲ୍ୟ ୧୮୦୦ରୁ ୨୩୦୦ ଟଙ୍କା ରହିପାରେ । ଚୀନ କମ୍ପାନୀ ସିନୋଫାର୍ମା ଦ୍ୱାରା ବିକଶିତ ଏକ ଟିକାର ଚୂଡ଼ାନ୍ତ ପରୀକ୍ଷଣ ସଂଯୁକ୍ତ ଆରବରେ ଚାଲିଛି । ଋଷିଆ ମଧ୍ୟ ସ୍ଫୋଟୋନିକା ଭି ନାମକ ଟିକାର ଲୋକାର୍ପଣ କରିସାରିଛି ।
କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିବା ସହ ଏକ ପ୍ରକାର ଭୟାନକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । କରୋନା ଭୂତାଣୁ ଚିହ୍ନଟ ହେବାର ପାଖାପାଖି ସାତମାସ ଅତିକ୍ରାନ୍ତ ହେଲାଣି କିନ୍ତୁ ଏହାର ସଫଳ ମୁକାବିଲା ପାଇଁ ବିଶ୍ୱର ଅଗ୍ରଣୀ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗୁଆ ଥିବା ଦେଶମାନେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଭାଇରସର ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି । କରୋନା ଭାଇରସ ପାଇଁ କେବଳ ଟିକା ହିଁ ଅବ୍ୟର୍ଥ ବିକଳ୍ପ ବୋଲି ସମସ୍ତେ ଜାଣନ୍ତି । କହିବାକୁଗଲେ ଚାତକ ଭାବେ ପୃଥିବୀବାସୀ ଏହି ଟିକା ପାଇଁ ପ୍ରତୀକ୍ଷାରତ । ଗତ ଫେବୃଆରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଢ଼ବର୍ଷ ଭିତରେ ଏହି ଟିକା ହାତ ପାହାନ୍ତାରେ ମିଳିବ ବୋଲି ସୂଚନା ଦେଇଥିଲେ । ବିଶ୍ୱବ୍ୟାପୀ ପ୍ରାୟ ୮୦୦ କୋଟି ଡଲାର ଏହି କରୋନା ଭାଇରସ୍ ଟିକା ପାଇଁ ଖର୍ଚ୍ଚ ବ୍ୟବସ୍ଥା ରଖାଯାଇଛି ।
ଭାରତ ମଧ୍ୟ ଏହି ଟିକା ପ୍ରସ୍ତୁତିରେ ପଛାଇ ନାହିଁ । ଜୁଲାଇ ୧୫ ତାରିଖରୁ ପ୍ରଥମେ ଭାରତୀୟ ଭେଷଜ କମ୍ପାନୀ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ଼ ଟିକା କୋଭାକସିନ୍ର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଥିବାବେଳେ ଏଥିରେ ଦେଶର ୧୨ଟି ବଛାବଛା ସ୍ୱାସ୍ଥ୍ୟକେନ୍ଦ୍ରରେ ୩୭୫ଜଣ ସ୍ୱେଚ୍ଛାସେବକଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଟିକା ପ୍ରସ୍ତୁତିରେ ଲାଗିଥିବା ଭାରତର ପ୍ରମୁଖ ୭ଟି ଫାର୍ମା କମ୍ପାନୀ ହେଉଛି ଟ୍ରାନ୍ସଲେସନାଲ ହେଲ୍ଥ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନ୍ଷ୍ଟିଚୁ୍ୟଟ, ଜାଇଡସ କାଡ଼ିଲା, ସିରମ୍ ଇନ୍ଷ୍ଟିଚୁ୍ୟଟ, ଭାରତ ବାୟୋଟେକ, ଇଣ୍ଡିଆନ ଇମୁ୍ୟନୋଲୋଜିକାଲ୍ସ, ମିନ୍ଭେକ୍ସ, ପାନାସିଆ ବାୟୋଟେକ୍ । ତେବେ କରୋନା ଭାଇରସ ଟିକା ପ୍ରସ୍ତୁତି ଏତେ ସହଜ ନୁହେଁ କାରଣ କେଉଁ ଦେଶରେ ଏହି ଭାଇରସ ଅତ୍ୟନ୍ତ ସକ୍ରିୟ ତ ଅନ୍ୟ କେଉଁଠି ଦୁର୍ବଳ । ଏହାର ଲକ୍ଷଣ ମଧ୍ୟ ସମାନ ପ୍ରକାରର ନୁହେଁ ।
କାରଣ ସ୍ୱାସ୍ଥ୍ୟବିଜ୍ଞାନୀକୁ ଆଚମ୍ବିତ କରି ପ୍ରାୟ ୨୪ଥର ଏହି ଭାଇରସ ତା ରୂପ ଓ କାୟା ପରିବର୍ତ୍ତନ କରିସାରିଲାଣି । ଯାହାପାଇଁ ଟିକା ପ୍ରସ୍ତୁତିରେ ଅନେକ ଜଟିଳତାକୁ ସାମ୍ନା କରିବାକୁ ପଡ଼ୁଛି । ତେବେ ଏହାର ମୁ୍ୟଟେସନ ଏବେ କମିବା ଆରମ୍ଭ କରିଥିବା ଓ ଅନେକ ରାଷ୍ଟ୍ରରେ ଏହାକୁ ଏହାର ଦୁର୍ବଳ ରୂପକୁ ଅନୁଧ୍ୟାନ କରାଯିବା ପରେ ଟିକା ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନିଆଯାଇଛି ।
ଭାରତର ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଏକ ହଜାରରୁ ଅଧିକ ସ୍ୱେଚ୍ଛାସେବିଙ୍କୁ ସାମିଲ କରାଯାଇଛି । ରୁଷର ପ୍ରତିରକ୍ଷା ବିଭାଗ ମହାମାରୀ କରୋନା ଭୂତାଣୁ ସାର୍ସ କୋଭ-୨ର ଉପଦ୍ରବକୁ ପ୍ରତିହତ କରିବା ଲାଗି ଏକ ସଫଳ ଟିକା ବିକଶିତ କରିପାରିଛି । ଦେଶର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍ଷ୍ଟିଚୁ୍ୟଟ ଅଫ୍ ଏପିଡ଼ର୍ମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଉକ୍ତ ଟିକାର ନୈଦାନିକ ପରୀକ୍ଷଣ ସଫଳତାର ସହ ସଂପନ୍ନ ହୋଇଛି ।
ଚୀନର ପ୍ରମୁଖ ଔଷଧ କମ୍ପାନୀ ସିନୋଭାକ୍ ବାୟୋଟେକ୍ ପକ୍ଷରୁ ମଧ୍ୟ ପ୍ରସ୍ତୁତ କରେନାଭାକ୍ ନାମକ ଟିକାର ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହୋଇଥିବା ଜଣାଯାଇଛି । ବିଶ୍ୱର ପ୍ରଥମ ଦଶ କୋଭିଡ଼ ଟିକା ଗୁଡ଼ିକ ହେଉଛି ଏଜେଡ଼ଡ଼ି୧୨୨୨ (ବି୍ରିଟେନ) : (ଅକ୍ସଫୋର୍ଡ଼ ୟୁନିଭର୍ସିଟି, ଆଷ୍ଟ୍ରାଜେନେକା) ବୈଷୟିକ ମାଧ୍ୟମ ଓ ଗବେଷଣା ଏଡ଼େନୋଭାଇରସ ଭେକ୍ଟର (ମଧ୍ୟମ ଜୀବନଚକ୍ର ଆଧାରିତ ଭାଇରସ) ପରୀକ୍ଷଣ ପର୍ଯ୍ୟାୟ – ୨-୩ । ଏଡ଼ି୫-ଏନ୍କୋଭ (ଚୀନ) (କାନ୍ସିନୋ ବାୟୋଲୋଜିକ୍ସ) ବୈଷୟିକ ମାଧ୍ୟମ ଓ ଗବେଷଣା : ରିକମ୍ବିନାଣ୍ଟ ଏଡ଼େନୋଭାଇରସ୍ ଟାଇପ୫ ଭେକ୍ଟର (ପୁନଃ ସଂଯୋଜକ ଏଡ଼େନୋଭାଇରସ୍) ପରୀକ୍ଷଣ ପର୍ଯ୍ୟାୟ-୨ । ଏମ୍ଆର୍ଏନ୍ଏ-୧୨୭୩ (ଆମେରିକା) ମୋଡ଼ାର୍ଣ୍ଣା, (ୟୁଏସ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ଆଲର୍ଜି ଆଣ୍ଡ ଇନ୍ଫେକ୍ସିୟସ ଡିଜିଜ୍) ବୈଷୟିକ ମାଧ୍ୟମ – ଅତି କ୍ଷୁଦ୍ର ଭୂତାଣୁ ଆରଏନ୍ଏ ।
ପରୀକ୍ଷଣ ପର୍ଯ୍ୟାୟ-୨ । ବିଏନ୍ଟି୧୬୨ (ଏ୧, ବି୧, ବି୨, ସି୨) (ଜର୍ମାନୀ, ଆମେରିକା) : (ବାୟୋଏନ୍ଟେକ୍) ବୈଷୟିକ ମାଧ୍ୟମ ଓ ଗବେଷଣା ଆରଏନ୍ଏ ପରୀକ୍ଷଣ ପର୍ଯ୍ୟାୟ-୧-୨ । କରୋନାଭ୍ୟାକ୍ (ଚୀନ) : (ସିନୋଭାକ୍ବାୟୋଟେକ୍) ବୈଷୟିକ ମାଧ୍ୟମ ଓ ଗବେଷଣା : ନିଷ୍କ୍ରିୟ ସାର୍ସ କଭ୍୨ଭାଇରସ ପରୀକ୍ଷଣ ପର୍ଯ୍ୟାୟ-୧-୨ । ଆଇଏନ୍ଓ-୪୮୦୦ (ଆମେରିକା-ଦକ୍ଷିଣ କୋରିଆ) : ଇନୋଭିଓ ଫାର୍ମାସୁ୍ୟଟିକାଲ୍ସ (ସିଇପିଆଇ) ବୈଷୟିକ ମାଧ୍ୟମ ଓ ଗବେଷଣା – ଡିଏନ୍ଏ ପ୍ଲାଜମା ଅଣୁ ଆଧାରିତ ପରୀକ୍ଷଣ ପର୍ଯ୍ୟାୟ -୧-୨ ।
ନାମ ଘୋଷଣା ହୋଇନାହିଁ (ଚୀନ) : (ଚାଇନିଜ୍ ଏକାଡ଼େମି ଅଫ୍ ମେଡ଼ିକାଲ ସାଇନ୍ସ) ବୈଷୟିକ ମାଧ୍ୟମ ଓ ଗବେଷଣା ନିଷ୍କ୍ରିୟ ସାର୍ସ କଭ୨ଭାଇରସ ପରୀକ୍ଷଣ ପର୍ଯ୍ୟାୟ-୧-୨ । ଏଜି୦୩୩୦୧-କୋଭିଡ଼-୧୯ (ଜାପାନ) : ବୈଷୟିକ ମାଧ୍ୟମ ଓ ଗବେଷଣା – ଡିଏନ୍ଏ ପ୍ଲାଜ୍ମିଡ଼, ପରୀକ୍ଷଣ ପର୍ଯ୍ୟାୟ-୧-୨ । କୋଭିଡ଼-୧୯/ଏ ଏପିସି (ଚୀନ) : ସେନ୍ଜେନ୍ ଜେନୋଇମୁ୍ୟନ୍ ମେଡ଼ିକାଲ ଇନ୍ଷ୍ଟିଚୁ୍ୟଟ – ବୈଷୟିକ ମାଧ୍ୟମ ଓ ଗବେଷଣା : ଲେଣ୍ଟିଭାଇରାଲ ଭେକ୍ଟର, ପରୀକ୍ଷଣ ପର୍ଯ୍ୟାୟ-୧ । ଏଲ୍ଭି-ଏସ୍ଏମ୍ଇଏନ୍ପି-ଡିସି (ଚୀନ) (ସେନ୍ଜେନ୍ ଜେନୋଇମୁ୍ୟନ ମେଡ଼ିକାଲ ଇନ୍ଷ୍ଟିଚୁ୍ୟଟ । ବୈଷୟିକ ମାଧ୍ୟମ ଓ ଗବେଷଣା : ରୂପାନ୍ତରିତ ଲେଣ୍ଟିଭାଇରାଲ ଭେକ୍ଟର ପରୀକ୍ଷଣ ପର୍ଯ୍ୟାୟ-୧ ।
ଋଷ କରୋନା ଟିକାର ସଫଳ ପରୀକ୍ଷଣ ଶେଷ କରିଛି ବୋଲି ଦାବି କରୁଛି । କୋଭିଡ଼-୧୯ ଟିକା ପାଇଁ ଏବେ ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ଅଭିମୁଖି ସମ୍ପନ୍ନ ରାଷ୍ଟ୍ରର ଗବେଷକଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହେଉଛି କହିଲେ ଅତୁ୍ୟକ୍ତି ହେବନାହିଁ । ଆମେରିକା ଏହି ଟିକାର ବିକାଶ ପାଇଁ ୧୧୨୨ ନିୟୁତ ଡଲାର ଖର୍ଚ୍ଚ କରୁଥିବାବେଳେ ଜର୍ମାନ ୯୯୭ ନିୟୁତ ଡଲାର ଖର୍ଚ୍ଚ କରିଛି । ୨୦୨୧ ପୂର୍ବରୁ କୋଭିଡ଼ ଟିକା ବଜାରରେ ଉପଲବ୍ଧ ହେବବୋଲି ଆଶା କରାଯାଉଥିଲେ ମଧ୍ୟ ୨୦୦୭ରୁ ଡେଙ୍ଗୁ, ମ୍ୟାଲେରିଆ ଓ ଯକ୍ଷ୍ମାପରି ବିଭୀଷିକା ସୃଷ୍ଟି କରିଥିବା ରୋଗର ଟିକା ଏ ଯାଇ ପ୍ରସ୍ତୁତ ହୋଇନାହିଁ । ତେବେ ସାର୍ବଜନୀନ ବ୍ୟବହାର ଉପଯୋଗୀ ପାଇଁ ଏହି ଟିକା ପ୍ରସ୍ତୁତ ହେଲାବେଳକୁ ଅନେକ ବାଧାବିଘ୍ନକୁ ମଧ୍ୟ ସାମ୍ନା କରୁଛି । କାରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୀର୍ଘସ୍ଥାୟୀ କରି ରଖିବା ହିଁ ଏକ ବଡ଼ ଆହ୍ୱାନ ହୋଇଥାଏ ।