ଭୁବନେଶ୍ୱର : ଲୁଇସ୍ ରୋଡ଼ ସ୍ଥିତ ସତ୍ୟସାଇ ଆପାର୍ଟମେଣ୍ଟରେ ଫୁଟିଛି ଦୁର୍ଲଭ ଫୁଲ “ବ୍ରହ୍ମକମଳ “l ସତ୍ୟସାଇ ଆପାର୍ଟମେଣ୍ଟରେ ରହୁଥିବା ଶ୍ରୀମତୀ ମିନତୀ ପଟ୍ଟନାୟକଙ୍କ ଘରେ ଫୁଟିଛି ଏହି ଦୁର୍ଲଭ ଫୁଲ l ସେ ବ୍ରହ୍ମକମଳ ଗଛଟିକୁ ଗୋଟିଏ ମାଟି କୁଣ୍ଡରେ ତାଙ୍କର ବାଲକୋନୀରେ ଲଗାଇଛନ୍ତି ,ଗଛଟିର ସୁଚାରୁ ରୂପେ ଦେଖଚାହାଁ କରିବା ଦ୍ୱରା ଏହି ସୁନ୍ଦର ଫୁଲଟି ଫୁଟିଛି l ଶ୍ରୀମତୀ ପଟ୍ଟନାୟଙ୍କର ଗଛପ୍ରତି ଅହେତୁକ ଦୁର୍ବଳତା ,ସେ କୁଣ୍ଡରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଲଗାଇ ଗୋଟିଏ ଛୋଟିଆ ବଗିଚା ତିଆରି କରିଛନ୍ତି l
୭୫ ବର୍ଷୀୟ ଶ୍ରୀମତୀ ପଟ୍ଟନାୟକ ଏହି ବାର୍ଦ୍ଧକ୍ୟ ବୟସରେ ଗଛ ମାନଙ୍କର ନିଜେ ଯତ୍ନ ନେଇ ବିଭିନ୍ନ ପ୍ରକାରର ଫୁଲ ଫଳ ଫୁଟାଇ ପାରୁଛନ୍ତି l ଏହି ବ୍ରହ୍ମକମଳ ଫୁଲକୁ ଦେଖି କହିଛନ୍ତି ଯେ ତାଙ୍କୁ ଏକ ପ୍ରକାରର ଖୁସି ଅନୁଭବ ହେଉଛି l କେବେଳ ବ୍ରହ୍ମକମଳ ନୁହେଁ ଯେ କୌଣସି ଗଛରେ ଫୁଲଟିଏ କିମ୍ବା ଫଳଟିଏ ଆସିଲେ ସେ ଦେଖି ଖୁସି ଅନୁଭବ କରିଥାନ୍ତି l ବ୍ରହ୍ମକମଳ ଫୁଲ ବିଷ୍ଣୁଙ୍କର ଅତି ପ୍ରିୟ ଫୁଲ ଅଟେ l ଏହି ଫୁଲଟି ଖୁବ କମ୍ ଫୁଟିଥିବାର ଦେଖିବାକୁ ମିଳିଥାଏ l ତେଣୁ ଏହାକୁ ଦୁର୍ଲଭ କୁହାଯାଏ l