ମାଞ୍ଚେଷ୍ଟର, ୨୭ା୮ (ଏଜେନ୍ସି): ଶୁକ୍ରବାର ଠୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି । ଶୃଙ୍ଖଳା ଆରମ୍ଭରୁ ଇଂଲଣ୍ଡର ତାରକା ଓପନର ଜାସନ ରଏ ଖେଳିବେନାହିଁ ବୋଲି ସୂଚନା ମିଳିଛି । ଗତ ମଙ୍ଗଳବା ଓଲï ଟ୍ରାଫୋଡରେ ଅଭ୍ୟାସ ସମୟରେ ଜାସନ ରଏ ଆହତ ହୋଇଥିଲେ । ବୁଧବାର ସ୍କାନିଂ ରିର୍ପୋଟ ଆସିବା ପରେ ଜାସନ ରଏଙ୍କ ଇଞ୍ଜୋରି ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଛି । ଆଗାମୀ ସେପେଫମ୍ବର ୪ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ରଏ ଖେଳିବା ନେଇ ଆଶାବାଦୀ ଅଛନ୍ତି । ଇଂଲଣ୍ଡ ଅଧିନାୟକ ଇୟନ ମୋର୍ଗାନ ଙ୍କ ସୂଚନା ଅନୁଯାୟୀ ରଏଙ୍କ ସ୍ଥାନରେ କୌଣସି ବଦଳ ଖେଳାଳି ନିଆଯିବନାହିଁ । ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମାଞ୍ଚେଷ୍ଟରରେ ଖେଳାଯିବ ।