ନୂଆଦିଲ୍ଲୀ : ଭାରତର ଚୀନ ସହିତ ଉତେଜନା ସ୍ଥିତି ଚାଲିଛି ,ଏହାର ମୁଖ୍ୟ କାରଣଟି ହେଲା ସୀମା ବିବାଦ ଓ ଚୀନର ଜବରଦସ୍ତି ଅବୈଧ ପ୍ରାବେବ l ଚୀନର କାର୍ଯ୍ୟ କଳାପକୁ ଦେଖି ଵର୍ତମାନ ଭାରତ ସରକାର ସତର୍କ ଓ ସଜାଗ ହୋଇଯାଇଛନ୍ତି l ଭାରତ ବର୍ତମାନ ଇଜରାୟଲ ପାଖରୁ ଦୁଇଟି ଅବାକ୍ସ କିଣିବା ପାଇଁ ଚାହୁଁଛି ,ଏହି ଦୁଇଟି ବିମାନ ଆସିବା ପରେ ଆକାଶ ମାର୍ଗରେ ଭାରତର ଦୃଷ୍ଟି ସବୁବେଳେ ରହିବ l ଶତ୍ରୁର ପ୍ରତ୍ୟକଟି କାର୍ଯ୍ୟ କଳାପ ଉପରେ ନଜର ରଖାଯାଇ ପାରିବ ,ତାସହିତ ପୂର୍ବରୁ ଥିବା ଅବାକ୍ସ ସିଷ୍ଟମକୁ ସୀମାର ଅନ୍ୟ ପାର୍ଶ୍ୱରେ ମୁତୟନ କରାଯାଇ ପାରିବ l ଏହି ଅବାକ୍ସ ବିମାନ ଯୋଗୁ ବାଲକୋଟ ଏୟାର ଷ୍ଟ୍ରାଇକ ସମ୍ଭବ ହୋଇଥିଲା l ଭାରତ କିଛି ଦିନ ହେଲାଣି ଇଜରାୟଲ ସହିତ ଏହି ବିମାନର ଡୀଲକୁ ଅଟକି ରଖିଥିଲା କାରଣ ଏହାର ମୂଲ୍ୟ ଖୁବ ଅଧିକ ଥିଲା l କିନ୍ତୁ ଚୀନର କାର୍ଯ୍ୟକଳାପ ଭାରତକୁ ବାଧ୍ୟ କରିଛି ଏହି ବିମାନ କିଣିବା ପାଇଁ l
ଦୀର୍ଘ ପ୍ରତିକ୍ଷ ପରେ ଓ ଚର୍ଚା ପରେ ଏହି ଡୀଲକୁ ସିକୁରିଟି ପାଇଁ ତିଆରି ହୋଇଥିବା ସଂସଦୀୟ ସମିତିର ଅନୁମତି ମଧ୍ୟ ମିଳିବାର ଅଛି l ଗୋତିଏ ଥର ପାଇଁ ଏହି ସିଷ୍ଟମ ଭାରତ ଆସିଗଲା ପରେ ଶତ୍ରୁର ପ୍ରତ୍ୟକଟି କାର୍ଯ୍ୟକଳାପ ଉପରେ ନଜର ରଖାଯାଇ ପାରିବ l ତା ସହିତ ସବୁ ପ୍ରକାର ମିସାଇଲ ,ରକେଟ କିମ୍ବା ଆକାଶ ମାରଗାଁରେ ଆକ୍ରମର ସୂଚନା ପ୍ରଥମେ ଭାରତକୁ ମିଳିଯିବ l ମିଳିଥିବା ସୂଚନା ଅନୁସାରେ ଯେଉଁ ଦୁଇଟି AWACS କୁ ଇଜରାୟଲ ପାଖରୁ କିଣା ହେବାପାଇଁ କଥାବାର୍ତା ଚାଲିଛି ତାହା ପୂର୍ବରୁ ଆସିଥିବା ୩ଟି ଫାଲକନ ଠାରୁ ଅଧିକ ଶକ୍ତିଶାଳୀ ଅଟେ l ଭାରତୀୟ ବାୟୁସେନା ପାଖରେ ପୂର୍ବରୁ ୩ଟି ଫାଲକନ ଅବlକ୍ସ ଅଛି ଏହାକୁ ଭାରତୀୟ ବାୟୁସେନାରେ ୨୦୦୯ ଓ ୨୦୧୧ ମଧ୍ୟରେ ସାମିଲ କରାଯାଇଥିଲା l
ପାକିସ୍ତାନରେ ହୋଇଥିବା ବାଲକୋଟ ଏୟାର ଷ୍ଟ୍ରାଇକ ପୂର୍ବରୁ ପ୍ରଥମେ ଏହି ବିମାନର ରେକୀ କରାଯାଇଥିଲା ତାପରେ ବାଲକୋଟ ଏୟାର ଷ୍ଟ୍ରାଇକ ହୋଇଥିଲା lଇଜରାୟଲ ପାଖରୁ ଭାରତ ସରକାର ପୂର୍ବରୁ ଦୁଇଟି ଅବାକ୍ସ ଏୟାର କ୍ରାପ୍ଟ କିଣିଥିଲେବି l ଗତବର୍ଷ ଫେବୁଆରି ମାସରେ ବାଲକୋଟରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ ଓ ଏହାପରେ ପାକିସ୍ତାନୀ ଫାଇଟର ପ୍ଲେନ ସହିତ ହୋଇଥିବା ଉତେଜନାକୁ ନେଇ ବର୍ତମାନ ଅବାକ୍ସର ଆବଶ୍ୟକତା ଭାରତୀୟ ସୈନିକ ମାନଙ୍କ ପାଇଁ ରହିଛି ବୋଲି କୁହାଯାଇଛି l ଇଜରାୟଲ ଭାରତୀୟ ବାୟୁସେନା ପାଇଁ ଅସ୍ତ୍ରଶସ୍ତ୍ରର ଟପ ସପ୍ଲାୟର ବୋଲି ସାମରିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l ଏହି ଡୀଲକୁ ଭାରତ ଓ ଇଜରାୟଲ ମଧ୍ୟରେ ରକ୍ଷା ସମ୍ବଦ୍ଧ ମଝବୁତ ହେବ ବୋଲି କୁହ ଯାଉଛି l