Odisha news

ସମାଜସେବୀ ଚିନ୍ତାମଣି ମିଶ୍ରଙ୍କ ବିୟୋଗରେ ଶୋକସଭା

0

କେନ୍ଦ୍ରାପଡା ( ରବୀନ୍ଦ୍ର ଦାଶ ) : ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ କଲୋନୀର ଅନ୍ୟତମ ପ୍ରତିଷ୍ଠାତା ସମାଜସେବୀ,ଧର୍ମପ୍ରାଣା ଓ ପରୋପକାରୀ ସ୍ୱର୍ଗତ ଚିନ୍ତାମଣି ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଜ୍ୟୋତିର୍ମୟୀ ମହିଳା ସମିତି ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶୋକସଭାରେ ମଧୁସୁଦନ ଶର୍ମା ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସ୍ୱର୍ଗତ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ପୂର୍ବତନ ଡେପୁଟୀ କଲେକ୍ଟର ବିଜୟ କୁମାର ନାୟକ, ଅବସରପ୍ରାପ୍ତ ସାମରିକ ବିଭାଗ ଅଧିକାରୀ ଫକିର ଚରଣ ରାଉତ, ଅଧ୍ୟାପକ ସ୍ମୃତିରଞ୍ଜନ ବେହେରା, ଅଧ୍ୟାପକ ପ୍ରଭାକର ମଲ୍ଲିକ, ପ୍ରମୋଦ କୁମାର ରାଉତ, ରଞ୍ଜନ କୁମାର ସାମନ୍ତରାୟ, ଅଲେଖ ସାହୁ, ଉଦୟ ନାଥ ସାହୁ, ବିକାଶ ରଞ୍ଜନ ସାମଲ, ରଞ୍ଜନ କୁମାର ସାମଲ ପ୍ରମୁଖ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ କୋଭିଡ ନୀୟମକୁ ମାନି ସୂର୍ଗତ ମିଶ୍ରଙ୍କ ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିଥିଲେ ।

Leave A Reply