ନୂଆଦିଲ୍ଲୀ : ଆଫ୍ରିକା ପାଖାପାଖି ୩୦ ବର୍ଷ ପର୍ଯ୍ୟନ୍ତ ଅଭିଯାନ ଆରମ୍ଭ କରି ଭୟଙ୍କର ପୋଲିଓ ରୋଗରୁ ନିଜକୁ ମୁକ୍ତି କରିଛି l ଗୋଟିଏ ଏମିତି ସମୟ ଥିଲା ଯେତେବେଳେ ଆଫ୍ରିକାରେ ଗୋଟିଏ ବର୍ଷରେ ୭୫,୦୦୦ ଶିଶୁ ପୋଲିଓ କାରଣରୁ ପାରାଲାଇଜିଡ଼ ହୋଇ ଯାଉଥିଲେ l ବର୍ତ୍ତମାନ ବିଶ୍ୱରେ ମାତ୍ର ଦୁଇଟି ଦେଶ ଅଛନ୍ତି ଯିଏକି ପୋଲିଓ ସହିତ ସଂଘର୍ଷ କରୁଛନ୍ତି l ବର୍ତ୍ତମାନ ଆଫଗାନିସ୍ତାନ ଓ ପାକିସ୍ତାନକୁ ଛାଡିଲେ ଅନ୍ୟ କୌଣସି ଦେଶରେ ପୋଲିଓ ସଂକ୍ରମଣ ହେଉନାହିଁ ,ଏହି ଦୁଇଟି ଦେଶରେ ପୋଲିଓରେ କମ୍ୟୁନିଟି ସଂକ୍ରମଣ ହୋଇଥାଏ l
ଚଳିତ ମାସ ୟୁନିସେଫର ଦକ୍ଷିଣ ଏସିଆ କାର୍ଯ୍ୟାଳୟ ସୂଚନା ଦେଇଛି ଯେ କରୋନା ଭାଇରସ କାରଣରୁ ପାକିସ୍ତାନ ଓ ଆଫଗାନିସ୍ତାନରେ ପାଖାପାଖି ୫ କୋଟି ଶିଶୁ ପୋଲିଅର ଭ୍ୟାକସିନ ନେବାରୁ ବଂଚିତ ହେଉଛନ୍ତି l ପାକିସ୍ତାନରେ କରୋନା ଭାଇରସ କାରଣରୁ ମାର୍ଚ ମାସରେ ପୋଲିଓ ଭ୍ୟାକସିନ ଉପରେ ରୋକ ଲଗାଯାଇଥିଲା l ଏହି କାରଣରୁ ଅଧିକାଂଶ ସ୍ଥାନରେ ପାକିସ୍ତାନରେ ପୋଲିଓରେ ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଲା l କିନ୍ତୁ ବର୍ତ୍ତମାନ ଜୁଲାଇ ମାସର ଶେଷ ବେଳକୁ ପୋଲିଓ ଭ୍ୟାକସିନର କ୍ୟାମ୍ପେନ ଆରମ୍ଭ କରାଯାଇଛି l
ଆଫ୍ରିକା ମହା ଦୀପରେ ପୋଲିଓ ଉପରେ ବିଜୟ ହାସଲ କରିବାକୁ ନେଇ ଦୁନିଆରେ ଗୋଟିଏ ବଡ ଉପଲବ୍ଧି ଭାବରେ ଦେଖାଯାଇଛି l ପୋଲିଓ ଭାଇରସ ଏତେ ମାରାତ୍ମକ ଯେ ଶିଶୁଙ୍କୁ ପାରାଲାଇଜଡ଼ କରି ଦେଇଥାଏ ଓ ସମୟ ସମୟ ମୃତ୍ୟୁ ମୁଖକୁ ମଧ୍ୟ ଟାଣି ନିଏ l ଆଫ୍ରିକାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦେଶକ କହିଛନ୍ତି ଯେ ଆଫ୍ରିକା ଅଧିବାସୀ ମାନଙ୍କର ଆସୁଥିବା ପିଢ଼ି ପୋଲିଓ ଜୀବାଣୁ ମୁକ୍ତ ହୋଇ ପାରିବ l ସେ କହିଛନ୍ତି ଯେ ଗତ ୨୪ ବର୍ଷରେ ପୋଲିଓ ସହିତ ଯୋଡି ହୋଇଥିବା ୧୮ ଲକ୍ଷ ପାରାଲାଇଜଡ଼ ରୋଗୀଙ୍କୁ ସୁସ୍ଥ କରାଯାଇଥିଲା l