ନୂଆଦିଲ୍ଲୀ : ବର୍ତ୍ତମାନ ନେପାଳ ସମେତ ସମସ୍ତ ପଡୋଶୀ ଦେଶଙ୍କ ସହିତ ଭାରତର ସମ୍ପର୍କ ଉତେଜନା ପୂର୍ଣ୍ଣ ଚାଲିଛି l ଶ୍ରୀଲଙ୍କା ଭାରତକୁ ଏହି ସମୟରେ ଆଶ୍ୱସ୍ତ କରିବା ପାଇଁ ଚେଷ୍ଟ କରିଛି l ଶ୍ରୀଲଙ୍କାର ବିଦେଶ ସଚିବ ଜୟନାଥ କୋଲବେଜ କହିଛନ୍ତି ଯେ ଶ୍ରୀଲଙ୍କା ନିଜର ବିଦେଶ ନୀତିରେ ଭାରତକୁ ପ୍ରଥମେ ଆପଣାଇବ ଓ ଭାରତର ସମସ୍ତ ସାମରିକ ହିତାକୁ ସୁରକ୍ଷା କରିବ l ଗତ କିଛି ଦିନରେ ଘଟିଥିବା ଘଟଣା କ୍ରମପାରେ ଆଶଙ୍କା କରାଯାଉଥିଲା କି ଶ୍ରୀଲଙ୍କା ଭାରତ ଅପେକ୍ଷା ଚୀନ ପଟକୁ ଅଧିକ ଧ୍ୟାନ ଦେବ lକୋଲବେଜ ପ୍ରଥମ ଏହିପରି ବିଦେଶ ସଚିବ ଯାହାଙ୍କର ପୃଷ୍ଠଭୂମି ସାମରିକ ଅଟନ୍ତି l ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟ ବାୟା ରାଜପକ୍ଷେ ତାଙ୍କୁ ଅଗଷ୍ଟ ୧୪ ତାରିଖରେ ପ୍ରଥମଥର ପାଇଁ ବିଦେଶ ମନ୍ତ୍ରଣାଳୟର ଦାଇତ୍ୱ ଦେଇଥିଲେ l
କୋଲବେଜ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀଲଙ୍କା ନୌସେନାର ମୁଖ୍ୟ ଥିଲେ ଓ ପରେ ବିଦେଶ ନୀତି ବିସ୍ଲେସକ ଭାବରେ ଯୋଗ ଦେଇଥିଲେ l ଶ୍ରୀଲଙ୍କାର ଗୋଟିଏ ଖବର କାଗଜକୁ ସାକ୍ଷାତ୍କାରରେ କହିଥିଲେ “ଶ୍ରୀଲଙ୍କା ଏମିତି କିଛି କରିବନି ଯାହା ଭାରତର ରଣନୀତି ସୁରକ୍ଷା ହିତ ପାଇଁ ହାନିକାରକ ହେବ l ଚୀନ ଦୁନିଆର ଦୁତୀୟା ସ୍ଥାନରେ ଥିବା ସବୁଠୁ ବଡ ଅର୍ଥ ବ୍ୟବସ୍ଥା ଅଟେ ଓ ଭାରତ ଷଷ୍ଠ ସ୍ଥାନରେ ସବୁଠୁ ବଡ ଅର୍ଥ ବ୍ୟବସ୍ଥାର ଦେଶ l ୨୦୧୮ ରେ ଭାରତ ଦୁନିଆର ସବୁଠୁ ଆର୍ଥିକ ମନଦଣ୍ଡରେ ସଦୃଢ଼ ଦେଶ ଥିଲା ଏହାର ଅର୍ଥ ଆମେ ଦୁଇଟି ଆର୍ଥିକ ସୁଦୃଢ ଦେଶ ମଝିରେ ଅଛୁ l ଶ୍ରୀଲଙ୍କା ଏପରି କେବେବି ହେବାକୁ ଦେବନାହିଁ ଯେ ତାର ବ୍ୟବହାର କୌଣସି ଅନ୍ୟଦେଶ ଖାସ କରି ଭାରତ ବିରୁଦ୍ଧରେ କରିବ l ଶ୍ରୀଲଙ୍କା ନା ଏପରି କରିବା ଉଚିତ ନା କରିପାରିବ l ”
କୋଲବେଜ କହିଛନ୍ତି ଯେ ହଵନଟୋଟାର ପ୍ରୋଜେକ୍ଟ ପ୍ରଥମେ ଭାରତକୁ ଚୀନ ଦେବାକୁ ଚାହିଁଥିଲା l କାରଣ ଯାହାବି ହୋଇଥାଉ ଭାରତ ସେହି ପ୍ରୋଜେକ୍ଟକୁ ନେଇ ଆଗକୁ ବଢ଼ିଲା ନାହିଁ ଓ ଏହାପରେ ଏହି ପ୍ରୋଜେକ୍ଟ ଗୋଟିଏ ଚୀନ କମ୍ପାନୀ ହାତକୁ ଗଲା l ବର୍ତ୍ତମାନ ଶ୍ରୀଲଙ୍କା ହଵନଟୋଟାର ୮୫ ପ୍ରତିଶତ ଭାଗ ଚାଇନାରେ ହୋଲ୍ଡିଂଗି କମ୍ପାନୀକୁ ଦେଇ ଦେଇଛୁ l ବର୍ତ୍ତମାନ ଏହି ସମ୍ପର୍କ ବ୍ୟବସାୟିକ ଗତିବିଧି ପର୍ଯ୍ୟନ୍ତ ସୀମିତ ରହିବl ଆବଶ୍ୟକ l ସେ କହିଛନ୍ତି ଯେ ପୋର୍ଟ ୱାର୍କର ଟ୍ରେଡ଼ ୟୁନିୟନର ବିରୋଧ ସତ୍ୱେ ରାଜପକ୍ଷ କୋଲମ୍ବ କୋର୍ଟର ପୂର୍ବ ଭାଗରେ ବଥିବା ଟର୍ମିନାଲକୁ ନେଇ ଭାରତ ସହିତ ସହଯୋଗ ରଖି ଆଗକୁ ବଢିବେ l ଭାରତ ସହିତ ଶ୍ରୀଲଙ୍କାର ସମ୍ପର୍କ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ ରହିବ l