Odisha news

୧ନମ୍ବର କୋହଲି, ୨ନମ୍ବର ସ୍ଥାନରେ ରୋହିତ ଅପରିବର୍ତ୍ତିତ

0

ନୂଆଦିଲ୍ଲୀ, ୨୬ା୮ (ଏଜେନ୍ସି) : ବୁଧବାର ପ୍ରକାଶିତ ଆଇସିସି ଦିନିକିଆ ର୍ୟାଙ୍କିଙ୍ଗରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ବ୍ୟାଟ୍ସମ୍ୟାନ ର୍ୟାଙ୍କିଙ୍ଗ୍‌ରେ କୋହଲି ୧ନମ୍ବର ଏବଂ ରୋହିତ ୨ନମ୍ବର ସ୍ଥାନରେ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ରନ୍‌ ମେସିନ ଭାବେ ପରିଚିତ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ ର୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ଅକ୍ତିଆର କରିଥିବା ବେଳେ ତାଙ୍କ ପଛକୁ ବିରାଟ କୋହଲି ଦ୍ୱିତୀୟ ଓ ମାର୍ନୁସ ଲାବୁଶ୍ଚାନେ ତୃତୀୟ ସ୍ଥାନରେ ଅଛନ୍ତି । ଟିମ୍‌ ଇଣ୍ଡିଆ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଟି-୨୦ ର୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ୍‌ ବର୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପାକିସ୍ତାନର ବାବର ଆଜମ୍‌ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ଆରୋନ ଫିଞ୍ଚ ତୃତୀୟରେ ଅଛନ୍ତି ।
ଭାରତୀୟ ଦ୍ରୁତବୋଲର ଯଶପ୍ରୀତ ବୁମରା ଦିନିକିଆ ବୋଲର ର୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ସ୍ପିଡ୍‌ ଷ୍ଟାର୍‌ ପାଟ୍‌ କୁମିନ୍ସ ଟେଷ୍ଟର ଶୀର୍ଷ ଏବଂ ଆଫ୍‌ଗାନିସ୍ତାନ ସ୍ପିନର୍‌ ରସିଦ ଖାନ୍‌ ଟି- ୨୦ର ଏକନମ୍ବର ସ୍ଥାନ ଅଧିକାର କରିଛନ୍ତି । ଦଳଗତରେ ଭାରତ ଦିନିକିଆରେ ଦ୍ୱିତୀୟ, ଟେଷ୍ଟ ଓ ଟି-୨୦ରେ ତୃତୀୟ ସ୍ଥାନରେ ଅଛି ।

Leave A Reply