ସାଉଥମ୍ପଟନ, ୨୬ା୮ (ଏଜେନ୍ସି) : ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଡ୍ର’ ରହିଛି । ଉଭୟ ଦଳକୁ ଆଇସିସି ଟେଷ୍ଟ ଚାମ୍ପିଅନ୍ସପ୍ ନିୟମ ମୁତାବକ ୧୩ ପଏଣ୍ଟ ଲେଖାଏଁ ମିଳିଛି । ଏହାସତ୍ତେ୍ୱ ଇଂଲଣ୍ଡ ୧-୦ରେ ଏହି ଶୃଙ୍ଖଳା ଜିତିଛି । ଇଂଲଣ୍ଡ ପ୍ରଥମ ଇନିଂସ୍ରେ ୫୮୩/୮ ରନ୍ କରି ପାଳି ଘୋଷଣା କରିଥିଲା । ପାକିସ୍ତାନ ପ୍ରଥମ ଇନିଂସ୍ରେ ୨୭୩ ରନ୍ କରି ଫଲୋଅନ୍ର ଶିକାର ହୋଇଥିଲା ।