Odisha news

ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ, ଏସପି ଓ ପ୍ରଶାସନିକ ଅଧିକାରୀ

0

ଛତ୍ରପୁର, ୨୬/୮: ଛତ୍ରପୁର ଏନଏସି ପକ୍ଷରୁ ସହରର ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ୧ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ପାଇଁ ଚଳିତ ବର୍ଷ ଲକ୍ଷ୍ୟ ରଖାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରଜେଶ କୁମାର ରାୟ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ  ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡ଼ା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖ ରାସ୍ତା, ସର୍କିଟ୍ ହାଉସ୍ ସମ୍ମୁଖ ରାସ୍ତା ଏବଂ ଭିଆଇପି ରୋଡ୍ ରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ । ଏହାର କିପରି ରକ୍ଷଣାବେକ୍ଷଣ କରାଯାଇ ପାରିବ ସେଥି ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।

Leave A Reply