Odisha news

ଡେରାବିଶରେ ଗୋଟିଏ ଦିନରେ ୮ ସଂକ୍ରମିତ , ସ୍ଥାନୀୟ ଅଂଚଳରୁ ୫ ଓ ସଙ୍ଗରୋଧ କେନ୍ଦ୍ରରୁ ୩ ଦୁଇଟି : ଗ୍ରାମକୁ କଂଟେନ୍ମେଂଟ୍ ଜୋନ୍ ଘୋଷଣା

0

ଡେରାବିଶ : ଡେରାବିଶ ବ୍ଲକରେ ଆଜି ଦିନକରେ ୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସ୍ଥାନୀୟ କେଶ୍ ୫ ଜଣ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ ସଂକ୍ରମିତ ହୋଇଥିବା ବ୍ଳକ ପ୍ରଶାସନ ସୂତ୍ରରୁ ସୂଚନା ଦିଆଯାଇଛି । ତେବେ ଏହି ବ୍ଳକ ଅଧୀନସ୍ଥ କାଉପଡ଼ା ପଂଚାୟତ ବାରବାଟିଆ ଓ ଖମୋଳ ପଂଚାୟତ ଅନ୍ତର୍ଗତ ଡାଳିଜୀ ଗ୍ରାମକୁ ଆଜି ସନ୍ଧ୍ୟା ୫ଟା ଠାରୁ ସାତଦିନ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଦୁଇ ପଂଚାୟତର ସରପଂଚ କଂଟେନ୍ମେଂଟ୍ ଜୋନ୍ ଘୋଷଣା କରିୀଛନ୍ତି ।

ଆଜି ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପଲେଇ ପଂଚାୟତର ୨ ଜଣ, ଖମୋଳ ପଂଚାୟତର ଜଣେ କାଉପଡ଼ା ପଂଚାୟତର ଜଣେ ଚାନେ୍ଦାଳ ପଂଚାୟତରୁ ଜଣେ ଏବଂ କୁରୁଜଙ୍ଗା ପଂଚାୟତ ହୋଇଥିବା ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ ବ୍ୟକ୍ତି ସଂକ୍ରମିତ ହୋଇଥିବା ବିଡ଼ିଓ ଗୋପବନ୍ଧୁ ଭୋସାଗର କହିଛନ୍ତି । ବିଡ଼ିଓଙ୍କ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ବ୍ଲକ ଅଧୀନ ପଲେଇ ପଂଚାୟତରେ ୭୨୫ ଓ ଲକ୍ଷ୍ମୀନାରାୟଣପୁର ପଂଚାୟତରେ ୮୨ ଜଣଙ୍କର ଆଂଟିଜେନ୍ ପରୀକ୍ଷା କରାଯାଇଥିଲା ।

Leave A Reply