Odisha news

ପଟ୍ଟାମୁଣ୍ଡାଇ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଶଙ୍କାରେ ଅଚଂଳବାସୀ ; ପ୍ରଶାସନ କଠୋର ହେଉ

0

ପଟ୍ଟାମୁଣ୍ଡାଇ : କରୋନା ମୁକାବିଲା କ୍ଷେତ୍ରରେ ସମଗ୍ର କେନ୍ଦ୍ରାପଡା ଜିଲ୍ଲା ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଂପର୍କିତ ସମୀକ୍ଷା ବୈଠକରେ ପ୍ରକାଶ କରିବା ପରେ ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଥିଲେ । ମାତ୍ର ସଂପ୍ରତି ସଙ୍ଗରୋଧ କେନ୍ଦ୍ର ବ୍ୟତୀତ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପଟ୍ଟାମୁଣ୍ଡାଇ ଅଚଂଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି କରିଛି । କରୋନା ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଦଶରେ ସମସ୍ତ ବ୍ଲକ ପ୍ରଶାସନ ଅନେକ କଠୋର ପଦକ୍ଷେପ ଗ୍ରହଣ କରି କରୋନା ସଂକ୍ରମଣ ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଅନେକାଂଶରେ କମାଇବାରେ ସଫଳ ହୋଇଥିଲେ । ମାତ୍ର ଗତ କିଛି ଦିନ ହେଲା ପ୍ରଶାସନ ଢିଲା ହେବା କାରଣରୁ ଅମାନିଆ ଲୋକଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବା ସାଙ୍ଗକୁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପ୍ରଶାସନ ଓ ଅଚଂଳବାସୀଙ୍କ ଚିନ୍ତା ବଢାଇ ଦେଇଛି । ପଟ୍ଟାମୁଣ୍ଡାଇ ଅଚଂଳରେ କରୋନା କଟକଣାରୁ ଲୋକମାନେ ଠିକ ଭାବେ ମାନୁନାହାନ୍ତି ।

ବଜାର, ହାଟ ଆଦି ବିଭିନ୍ନ ଜାଗାରେ ସାମାଜିକ ଦୂରତା ପ୍ରହସନରେ ପରିଣତ ହୋଇଛି । ପ୍ରତ୍ୟେକ ଜାଗାରେ ଅଯଥା ଲୋକମାନେ ଗହଳି କରିବା ଦେଖାଯାଉଛି । ଜନଗହଳି ଏଡାଇବା ପାଇଁ ପ୍ରଶାସନର ସମସ୍ତ ଉଦ୍ୟମ ବିଫଳ ହୋଇଛି । ପଟ୍ଟାମୁଣ୍ଡାଇ ବଜାର ମଧ୍ୟରେ ଥିବା ଦୋକାନ ସମ୍ମୁଖରେ ସାମାଜିକ ଦୂରତା ପାଇଁ ହୋଇଥିବା ବୃତ ଗୁଡିକ ଲିଭି ଯାଇଥିବାରୁ ପୁନଃରାୟ ଦୋକାନ ଗୁଡିକ ସମ୍ମୁଖରେ ଅଯଥା ଗହଳି ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ଡାକ୍ତରଖାନା, ଏସଡିପିଓ ଅଫିସ କର୍ମଚାରୀ ସମେତ ବିଭିନ୍ନ ପଚାଂୟତରେ ସ୍ଥାନୀୟ ସଂକ୍ରମଣ ଦେଖିବାକୁ ମିଳୁଛି । ଏହାଛଡା ପୌରାଚଂଳରେ ମଧ୍ୟ ସ୍ଥାନୀୟ ସଂକ୍ରମଣ ଦେଖିବାକୁ ମିଳିଛି । ଆଜି ପଟ୍ଟାମୁଣ୍ଡାଇବ୍ଲକର ବଡପଡା ୧୩, ଓଉପଦା ୫ ଓ ପଟ୍ଟାମୁଣ୍ଡାଇ ପୌରାଚଂଳରୁ ୩ ମିଶାଇ ସମୁଦାୟ ୨୧ଜଣରୁ ସ୍ଥାନୀୟ ସଂକ୍ରମଣ ୧୮ଜଣ ବୋଲି ଜଣାପଡିଛି । ଏବେ ଠାରୁ କରୋନା କଟକଣାକୁ କଠୋର ଭାବେ ଲାଗୁ କରି ସ୍ଥାନୀୟ ସଂକ୍ରମଣ ନରୋକିଲେ ପରିସ୍ଥିତି ଅଣାୟତ ହୋଇପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Leave A Reply