Odisha news

ସ୍ୱଛ ପରିବେଶ କରୋନା ଓ ଦୁର୍ବିପାକ ରୋକିପାରିବ ; ବିଧାୟକ ଧ୍ରୁବ ସାହୁ

0

ପଟ୍ଟାମୁଣ୍ଡାଇ : ପରିବେଶ ସୁରକ୍ଷା ଅଭାବରୁ ସଦାସର୍ବଦା ପ୍ରାକୃତିକ ଦୁର୍ବିପାକ ଲାଗିରହିଛି । ସାଂପ୍ରତିକ ସମୟରେ ସ୍ୱଛ ପରିବେଶ, ସ୍ୱଛ ମଣିଷ ହିଁ ପ୍ରାକୃତିକ ଦୁର୍ବିପାକ ଓ କରୋନାକୁ ରୋକିପାରିବ ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଚାଂୟତରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ସରପଚଂ ପ୍ରଫୁଲ୍ଲ ତରାଇ, ଯୁବନେତା ସ୍ୱପ୍ନରଞନ ବେହେରା, ପଚାଂୟତ ନିର୍ବାହୀ ଅଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଲଗାଣବର୍ଷା ସତ୍ୱେ ବିଧାୟକ ଶ୍ରୀସାହୁ ପରିବେଶ ସୁରକ୍ଷା ପାଇଁ ବର୍ଷାରେ ଭିଜି ଭିଜି ବୃକ୍ଷରୋପଣ କରି ସମାଜକୁ ଭିନ୍ନ ବାର୍ତା ଦେଇଛନ୍ତି ।

Leave A Reply