Odisha news

ଏକ ଘଣ୍ଟା ପର୍ଯ୍ୟନ୍ତ ଲିଫ୍ଟ ଭିତରେ ଫସିଗଲା ଛୁଆ , କରୁଥିଲା ଚିତ୍କାର ତାପରେ….

0

ନୂଆଦିଲ୍ଲୀ : ମିରଟରେ ଗୋଟିଏ ଛୋଟପିଲା ନିଜ ଆପାଟମେଣ୍ଟରେ ଥିବା ଲିଫ୍ଟ ଭିତରେ ଏକ ଘଣ୍ଟା ଧରି ଫସି ରହିଥିଲା l ସେ ଲିଫ୍ଟ ଭିତରେ ଆଲାର୍ମ ବଜାଇବା ସହିତ ଚିତ୍କାର ମଧ୍ୟ ଛାଡି ଥିଲା l ଛୋଟ ପିଲାଟି ସେହିପରି ଭାବରେ ଲିଫ୍ଟ ଭିତରେ ଫସିରହି ଚିତ୍କାର କରି ଚାଲିଥାଏ ଓ ତାର ବାପା ମା ପିଲାଟିକୁ ଚାରିଆଡେ ଖୋଜିବାରେ ବ୍ୟସ୍ତ ଥାନ୍ତି l ଶେଷରେ ହଠାତ ଜଣେ ବ୍ୟକ୍ତି ପିଲାଟିର ଶବ୍ଦ ଲିଫ୍ଟ ଭିତରୁ ଶୁଣିଥିଲେ l

ସେହି ବ୍ୟକ୍ତି ଜଣକ ଏ ବିଷୟରେ ପରିବାରକୁ ଜଣାଇବା ସହିତ ଛୁଆଟିକୁ ବାହାର କରିବା ପାଇଁ ଲାଗି ପଡ଼ିଥିଲେ l କିଛି ସମୟ ପରେ ପିଲାଟିକୁ ବାହାର କରାଯାଇଥିଲା l ଯଦି କିଛି ସମୟ ପାଇଁ ଲିଫ୍ଟ ଭିତରେ ଆମେ ବନ୍ଦ ଅବସ୍ଥାରେ ରହିଯାଉ ତେବେ କେତେ ଯନ୍ତ୍ରଣା ଦାୟକ ହୋଇଥାଏ l କିନ୍ତୁ ଠାରେ ଭାବି ଦେଖନ୍ତୁ ଏହି ଛୋଟ ଛୁଆଟି ଗୋଟିଏ ଘଣ୍ଟା ଲିଫ୍ଟ ଭିତରେ ବନ୍ଦ ରହିବ ଦ୍ୱାରା କିପରି ଅନୁଭବ କରିଥିବା l ଏହିପରି ଏକ ଘଟଣା ଘଟିଯାଇଛି ମିରଟରେ ଥିବା ଗୋଟିଏ ଆପାଟମେଣ୍ଟରେ l

ଛୋଟ ପିଲାଟି ନିଜ ଘରକୁ ଚତୁର୍ଥ ମହଲାକୁ ଲିଫ୍ଟରେ ଯାଉଥିଲା ,ସେହି ସମୟରେ ଅଚାନକ ଲିଫ୍ଟଟି ବନ୍ଦ ହୋଇଗଲା l ଛୁଆଟି ସାହସ ଦେଖାଇ ପ୍ରଥମେ ଆଲାର୍ମ ବାଜିଥିଲା ଓ ପରେ ଚିତ୍କାର କରିବାକୁ ଆରମ୍ଭ କଲା l କିନ୍ତୁ ତାର ଶବ୍ଦ କାହା ପାଖରେ ପହଞ୍ଚି ନଥିଲା l ତାର ପରିବାର ବ୍ୟସ୍ତ ହୋଇ ତାର ସାଙ୍ଗ ମାନଙ୍କୁ ଫୋନେରେ ପଚାରିବାକୁ ଲାଗିଲେ ,କିନ୍ତୁ ତାର ସାଙ୍ଗମାନେ ଖିତିଜ ଆସିନାହିଁ  ବୋଲି ମନା କରିଥିଲେ l ମିରଟର ଗଙ୍ଗା ନଗରରେ ଏହି ଘଟଣାଟି ସମସ୍ତଙ୍କୁ ଦୋହଲାଇ ଦେଇଛି l

Leave A Reply