Odisha news

ଦାଦି ପ୍ରକାଶମଣି ଙ୍କ ସ୍ମୃତି ଦିବସ ପାଳିତ

0

ଆସିକା : ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ  ବିଶ୍ଵବିଦ୍ୟାଳୟ ପକ୍ଷରୁ  ଦାଦି ପ୍ରକାଶମଣିଙ୍କ ୧୩ ତମ  ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହାଇଛି। ଶାନ୍ତି ଶକ୍ତି ଭବନରେ କେନ୍ଦ୍ର ର ସଂଚଳିକା ବ୍ରହ୍ମା କୁମାରୀ ପ୍ରଭାତୀ ଙ୍କ ସଂଯୋଜନା ରେ ନିରାଡମ୍ବର ଭାବେ ଆୟୋଜିତ ଉତ୍ସବ ରେ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା,ଯୋଗାଣ ବିଭାଗର ଅଧିକାରୀ ଜୟରାମ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ  ବିଶ୍ଵବିଦ୍ୟାଳୟ ର ସଂସ୍ଥାପକ ବ୍ରହ୍ମା ବାବା ଙ୍କ ବାଣୀ ଓ ଆଦର୍ଶ କୁ ପ୍ରଚାର ଓ ପ୍ରସାର ରେ ଦାଦି ପ୍ରକାଶମଣି ଙ୍କ  ଗୁରୁତ୍ତ୍ଵ ପୂର୍ଣ୍ଣ ଭୂମିକା ରହିଥିବା ସ୍ଥାନୀୟ ସଂଚଳିକା ବ୍ରହ୍ମା କୁମାରୀ ପ୍ରଭାତୀ ପ୍ରକାଶକରି ଦେଶ ଓ ବିଦେଶ ରେ ଛଅ ହଜାର ସେବାକେନ୍ଦ୍ର ସ୍ଥାପନା ତାଙ୍କରି ଉଦ୍ୟମ ରୁ ସମ୍ଭବ ହୋଇଥିବା କହିଥିଲେ।

ସହଜ ରାଜ ଯୋଗ ଶିକ୍ଷା ମାଧ୍ୟମରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ର ମାର୍ଗ ଦର୍ଶକ ସାଜିଥିବା ଦାଦି ପ୍ରକାଶମଣି  ଙ୍କୁ ମିଳିତ ଜାତି ସଂଘ ତରଫରୁ ମଧ୍ୟ ସମ୍ମାନିତ କରାଯାଇଥିବା କହି ଆଜିର ଦିବସରେ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। କୋଭିଡ଼-୧୯ କଟକଣା କୁ ଦୃଷ୍ଟି ରେ ରଖି ସଂସ୍ଥା ର ସମସ୍ତ ସଦସ୍ୟ ନିଜ ନିଜ ଘରେ ଏହି ଉତ୍ସବ ପାଳନ କରିଥିବା ବେଳେ  ଶାନ୍ତି ଶକ୍ତି ଭବନରେ ପ୍ରତୀକାତ୍ମକ ଭାବେ ପାଳିତ ହୋଇଥିଲା। ବ୍ର.କୁ ନିଳୀମା, ସବିତା ଓ ସ୍ମିତା ଏଥିରେ ସହଯୋଗ କରିଥିଲେ।

Leave A Reply