Odisha news

ଫଲକନାମା ଏକ୍ସପ୍ରେସ ଟ୍ରେନରେ ଛାଡିଯାଇଥିବା ବ୍ୟାଗକୁ ଯାତ୍ରୀଙ୍କୁ ହସ୍ତାନ୍ତର : ଟ୍ରେନ କିମ୍ବା ଷ୍ଟେସନ ଠାରେ ସୁରକ୍ଷା ସମ୍ବନ୍ଧୀୟ ବିଷୟରେ ୧୮୨ କୁ ଫୋନ କରନ୍ତୁ

0

ଫଲକନାମା ଏକ୍ସପ୍ରେସ ରେ ଯାତ୍ରୀ ଛାଡିଯାଇଥିବା ବ୍ୟାଗ କୁ ରେଳବାଇ ସୁରକ୍ଷାବଳ ଦ୍ୱାରା ଖୋଜାଯାଇ ପୁଣି ଯାତ୍ରୀଙ୍କୁ ହସ୍ତାନ୍ତର କରାଯାଇଅଛି I ହାଓଡ଼ା ରୁ ଫଲକନାମା ଏକ୍ସପ୍ରେସ ରେ କଟକ ଆସୁଥିବା ମୁମ୍ବାଇ ର ଜଣେ ଯାତ୍ରୀ ଶେଖ ଅଲ୍ଲୀ ମିର୍ଜା ତରବରହୋଇ କଟକ ଠାରେ ଓହ୍ଲାଇଯାଇଥିଲେ ଏବଂ ସେ ତାଙ୍କର ହ୍ୟାଣ୍ଡ ବ୍ୟାଗ ନେବାକୁ ଭୁଲି ଯାଇଥିଲେ I

ସେହି ହ୍ୟାଣ୍ଡ ବ୍ୟାଗ ରେ ଗୋଟିଏ ଆଇ-ଫୋନ, ଦୁଇଟି ପାସପୋର୍ଟ ଏବଂ କିଛି ଅନ୍ୟ ଜିନିଷପତ୍ର ଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ହଜାର ହେବ I  ସଂଗେସଂଗେ ଶ୍ରୀ ମିର୍ଜା ରେଳବାଇ ସେକୁରିଟି କଣ୍ଟ୍ରୋଲ କୁ ୧୮୨ ନମ୍ବର ମାଧ୍ୟମରେ ଯୋଗାଯୋଗ କରି ଏହି ସମ୍ବନ୍ଧରେ ଅବଗତ କରାଇଥିଲେ ଯାହାକି ଭୁବନେଶ୍ୱର ରେଳବାଇ ସୁରକ୍ଷାବଳ ଥାନାକୁ ଭୁଲିଯାଇଥିବା ଜିନିଷ ସମ୍ବନ୍ଧରେ ଅବଗତ କରାଯାଇଥିଲା I

ଟ୍ରେନ ଭୁବନେଶ୍ୱର ପହଞ୍ଚିବା କ୍ଷଣି କର୍ତ୍ତବ୍ୟରତ ହେଡ଼ କନେଷ୍ଟବଳ ୟୁ ବେହେରା ଯାତ୍ରୀ ଯାତ୍ରାକରୁଥିବା ବଗିରେ ସେହି ବ୍ୟାଗ କୁ ନିଜ ଅକ୍ତିଆରକୁ ନେଇଥିଲେ I ପରେ ଉପଯୁକ୍ତ ପ୍ରମାଣ ସହିତ ଶ୍ରୀ ମୀର୍ଜାଙ୍କ ତାଙ୍କ ହ୍ୟାଣ୍ଡ ବ୍ୟାଗ ଫେରସ୍ତ କରାଯାଇଥିଲା I

ଟ୍ରେନ ଯାତ୍ରା ସମୟରେ ହେଉ କିମ୍ବା ଅନ୍ୟକୌଣସି ସମୟରେ ରେଳବାଇ କ୍ଷେତ୍ରରେ ସୁରକ୍ଷା ସମ୍ବନ୍ଧୀୟ ସହାୟତା ପାଇଁ ରେଳବାଇ ସୁରକ୍ଷା ହେଲ୍ପ ଲଇଁ ନମ୍ବର କୁ ଯୋଗାଯୋଗ କଲେ ଯାତ୍ରୀମାନେ ଉପକୃତ ହେବ ସହିତ ଧନଜୀବନ ମଧ୍ୟ ରକ୍ଷ କରାଯାଇ ପାରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ପ୍ରକାଶ କରାଯାଇଅଛି I  

Leave A Reply