ଠାକୁରମୁଣ୍ଡା ତା ୨୫/୦୮: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରକ୍ତସିନ୍ଧୁ ସେଠୀ ଜଣେ ଠିକାଦାର ଙ୍କ ନିକଟରୁ ଏକ ମାର୍କେଟ କମ୍ପ ଲେକ୍ସ ନିର୍ମାଣ ର ବିଲ ପାସ ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରା ପଡିଛନ୍ତି।ସାଲେଇବେଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଡଙ୍ଗାପାଣି ଗ୍ରାମ ରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ମାର୍କେଟ କମ୍ପ ଲେକ୍ସ କାମ ର ବିଲ ପାସ ପାଇଁ ନିର୍ମାଣ କାମ କରୁଥିବା ଠିକାଦାର ରଣଜିତ ମହାନ୍ତ ଙ୍କୁ ୪୦ ହଜାର ଟଙ୍କା ଦେବାକୁ ଦାବୀ କରିଥିଲେ।
ଠିକାଦାର ଏ ନେଇ ବାରିପଦା ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।ମଙ୍ଗଳବାର ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିବାକୁ ଯୋଜନା କରିଥିଲେ।ମଙ୍ଗଳବାର କନିଷ୍ଠ ଯନ୍ତ୍ରୀ ଭଡାଘରେ ଥିବା ବେଳେ ଠିକାଦାର ତାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେଈ ଥିଲେ।ଏହିସମୟ ରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ତାଙ୍କୁ ଧରି ନେଇଥିଲେ।ବାରିପଦା ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ର ଙ୍କ ନେତୃତ୍ୱରେ,ବାରିପଦାଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ କୁମାର ଈକା ,ବାଲେଶ୍ଵର ଭିଜିଲାନ୍ସ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ,ଏ ଏସ ଆଇ ନବକୁମାର ଦାସ ଓ ଜସ୍ମିତା ପୁଇ ସମେତ ବାରିପଦା ଓ ବାଲେଶ୍ଵର ଜିଲ୍ଲା ର ଭିଜିଲାନ୍ସ କର୍ମଚାରୀ ମାନେ ସାମିଲ ଥିଲେ। ଭିଜିଲାନ୍ସ ବିଭାଗ କେଶ ନମ୍ବର ୨୨/୨୦ ଅନୁଯାୟୀ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି।