ରଣପୁର ; ରଣପୁର ଏନଏସି କାର୍ଯ୍ୟାଳୟ ନିକଟ ରେ ଥିବା ଏକ ତେଜରାତି ଦୋକାନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡିଯାଇଥିବାର ଜଣାଯାଇଛି ।
ଘଟଣାରୁ ଜଣାଯାଏ ଏନଏସି କାର୍ଯ୍ୟଳୟ ନିକଟରେ ଥିବା ଏକ ଛାତଘରେ ଖୁଟିଂଆ ସାହିର ଅଶ୍ୱନୀ ସେନାପତି ଏକ ତେଜରାତି ଦୋକାନ କରି ଗୁଜୁରଣା ମେଟାଂଉ ଥିଲେ । ଶନିବାର ଓ ରବିବାର ୨ ଦିନ ରଣପୁର ସଟଡାଉନ ଥିବାରୁ ଦୋକାନ ଖୋଲାଯାଇନଥିଲା । ରବିବାର ରାତି ୧୦.୩୦ ରେ ଦୋକାନ ଭିତରୁ ପ୍ରବଳ ଧୁଆଁ ବାହାରୁ ଥିବା ପାଖ ପଡୋଶୀ ମାନେ ଦେଖିବାକୁ ପାଇଥିଲେ ।
ପରେ ଦୋକାନର ମାଲିକ ଅଶ୍ୱନୀକୁ ଖବର ଦେବାସହ ରଣପୁର ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଚିଂ ନିଆଁ କୁ ଅୟତ କରିଥିଲେ । ଏହି ଅଗ୍ନି କାଣ୍ଡ ରେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ଯାଇଥିବା ଜଣାଯାଇଛି ।