ଧର୍ମଶାଳା : ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବେ ଧର୍ମଶାଳା ବ୍ଲକ ଚହଟା ପଂଚାୟତ ଭାଲୁଖାଇ ଗ୍ରାମର ମାନସ ରଂଜନ କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ଦଳର ସଙ୍ଗଠନକୁ ମଜବୁତ କରିବା ସହିତ ଦଳର ଅଭିମୂଖ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଖବର ଜଣାପଡିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।
ଏହି କ୍ରମରେ ଧର୍ମଶାଳା ରିକସା ଓ ଟ୍ରଲି ଚାଳକ ମାହାସଙ୍ଘ ପକ୍ଷରୁ ଗତକାଲି ଜାରକା ମେଲଣ ପଡିଆ ଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିୁଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବିର ଲେଙ୍କା ଓ ପୁର୍ବତନ ସଭାପତି ପ୍ରିୟଜିତ ରାୟ, ଜିଲ୍ଲା ସମ୍ପାଦକ ବିଳଶ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ମହିର କୁମାର ଖୁଂଟିଆ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଶତାଧିକ ଟ୍ରଲି ଓ ରିକସା ଚାଳକ ଉପସ୍ଥିତ ରହିୁଥିଲେ । ଯୁବ ନେତା ଅନିଲ କୁମାର ସ୍ୱାଇଁ, ଦେବକାନ୍ତ ସ୍ୱାଇଁ, ଆନନ୍ଦ ଦଳାଇ, ସୁଶାନ୍ତ ଦାସ, ସୁରେନ୍ଦ୍ର ଲେଙ୍କା ଓ ପୀତବାସ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
