Odisha news

ଶିକ୍ଷା ବିଭାଗର ଗୁମର କଥା ଲାଞ୍ଚ ନଦେଲେ ଦରମା ମିଳିବନି

0

ରାୟଗଡା,୨୪ ।୮(Rabindra Patkhandal) :  ଶିକ୍ଷା ବିଭାଗର ଗୁମରକଥା ଲାଞ୍ଚ ନଦେଲେ ମିଳିବନି ଦରମା ଜଣେ କୋଭିଡ଼ କାର୍ଯ୍ୟରେ ନିୟୋଜିତ ଶିକ୍ଷା ସହାୟକ ଶିକ୍ଷକ ଏବଂ ଅନ୍ୟ ଜଣେ ଛୁଟିରେ ଥିବା ଶିକ୍ଷା ସହାୟକା ଶିକ୍ଷତ୍ରୀଙ୍କ ଅଡ଼ିଓ ଘୁରିବୁଲୁଛି । ଏହାକୁ ନେଇ ଶିକ୍ଷା ବିଭାଗର ନିଦ ହଜିଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ରାୟଗଡ଼ା ଜିଲ୍ଲା କଲୋନରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସାହିଦା ପରବିନ ନାମକ ଚୁକ୍ତିଭିତିକ ହିସାବ ରକ୍ଷକ ସେ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ପ୍ରାପ୍ତ ହୋଇଥିବା ବେଳେ ଲାଞ୍ଚ କାରବାର ପାଇଁ ତାଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇଥିବା ସ୍ୱତେ ଶିକ୍ଷା ସହାୟକଙ୍କୁ ଦରମା କରାଇବା ନାମରେ ଲାଞ୍ଚ ମାଗିବା ଘଟଣା ଶିକ୍ଷା ବିଭାଗର ଗୁମର କଥା ଜିଲ୍ଲାରେ ଚର୍ଚ୍ଚା ଚାଲିଛି ।

ବାଲିଖମାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁଚରଣ ନାୟକ ସେ କୋଭିଡ଼ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ତାଙ୍କ ଉପସ୍ଥାନ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ସ୍କୁଲ ତରଫରୁ ଯାଇନଥିଲା । ଏହିସବୁ ବୁଝିବା ପୂର୍ବରୁ ଶିକ୍ଷକ ନାୟକଙ୍କୁ ଗୋଟିଏ ମାସର ଦରମା୬୪୦୦ ଟଙ୍କା ଦେବାକୁ ଦାବୀକରୁଥିବା ବେଳେ ଯଦିଓ ଲାଞ୍ଚ ନଦେବ ତେବେ ତୁମର ଗୋଟିଏ ବର୍ଷର ଅଭିଜ୍ଞତା ପଛକୁ ରହିଯିବ ଏବଂ ପଦଉନ୍ନତି ଅଟକି ଯିବ ବୋଲି ଭୟଭିତ କରାଉଥିବା ଖବର ଶୁଣିବା ମିଳୁଛି ।

ଠିକ ସେହିପରି ଭାଗୁଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟୀକା ଜୋତ୍ରୀମୟୀ ମଲ୍ଲିକଙ୍କ ଠାରୁ ୩ମାସର ଦରମା ୧୯୨୦୦ଟଙ୍କା ବାବଦରେ ୧୦୦୦୦ଟଙ୍କା ଲାଞ୍ଚ ମାଗୁଥିବା ଅଡ଼ିଓ ଭାଇରାଲ ହୋଇଛି । ସେଥିରେ କୁହାଯାଇଛି ଯେ ଏହି ଲାଞ୍ଚ ଟଙ୍କା ଡ଼ିପିସି ଅଫିସ ଠାରୁ ବିଇଓ କାର୍ଯ୍ୟାଳୟର ମସସ୍ତ ସର୍କଲ ଶିକ୍ଷା ଅଧିକାରୀଙ୍କୁ ଦେବାକୁ ପଢିବ ବୋଲି କହୁଥବା ବେଳେ ଶେଷରେ ୫୦୦୦ଟଙ୍କା ଦେବାକୁ ଶିକ୍ଷୟତ୍ରୀ ମଳ୍ଳିକଙ୍କ ସ୍ୱାମୀ ଅନୁରୋଧ କରୁଛନ୍ତି । ଏହି ବାବଦରେ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ଅଧିକାରୀ ଆନେସ୍ତେସିଆ କେରକେଟା କହିଛନ୍ତି ଏ ବାବଦରେ ମୁଁ ଅବଗତ ଅଛି କଲୋନରା ବିଇଓଙ୍କୁ କହିଛି ସତ୍ୟା ସତ୍ୟ ଏନୁକାରୀକରି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

Leave A Reply