ନୂଆଦିଲ୍ଲୀ : ସୌଦିଆରବ ଚୀନକୁ ଗୋଟିଏ ବଡ ଝଟକା ଦେଇଛି l ସୌଦିଆରବର ସରକାରୀ ତେଲ କମ୍ପାନୀ ଚୀନ ସହିତ ୧୦ ଆରବ ଡଲାରର ରିଫାଇନିଙ୍ଗ ଓ ପେଟ୍ରୋକେମିକାଲଶ କମ୍ପ୍ଲେକ୍ସ ତିଆରିକୁ ନେଇ ହୋଇଥିବା ଚୁକ୍ତିରୁ ପଛକୁ ହଟିଯାଇଛି l ଇକୋନମିକ ଟାଇମ୍ସର ରିପୋର୍ଟ ଅନୁସାରେ ସୌଦିର କମ୍ପାନୀ ଖସୁଥିବା ତେଲ ଦରକୁ ନେଇ ଚୀନ ସହିତ ହୋଇଥିବା ଡୀଲକୁ ନେଇ ଫଇସଲା କରିଛି l କରୋନା ମହାମାରୀ ପ୍ରକୋପ କାରଣରୁ ସାରା ଦୁନିଆରେ ଟେଲର ଉତ୍ପାଦନ କମ ହେବ ସହିତ ଡିମାଣ୍ଡ ମଧ୍ୟ କମ ହୋଇଯାଇଛି ,ଏହି କାରଣରୁ ତେଲ ଦରରେ ଖୁବ କମି ଆସିଛି l ସୌଦି ପାଇଁ ଏହି ସ୍ଥିତି ଆହୁରି ଅଧିକ ଜଟିଳ ହୋଇ ପଡିଛି କାରଣ ସୌଦିର ଅର୍ଥ ବ୍ୟବସ୍ତା ମୁଖ୍ୟତଃ ତେଲ ଉପରେ ନିର୍ଭର କରିଥାଏ l
ଦୁନିଆର ସବୁଠୁ ବଡ ତେଲ ଉତ୍ପାଦକ କମ୍ପାନୀ ଅରାମକୋ ମହାରାଷ୍ଟ୍ରରେ ୪୪ ବିଲିଅନ ଡଲାରର ମେଗା ରିଫାଇନାରୀ ପ୍ରୋଜେକ୍ଟରେ ନିବେଶ କରିବାର ଘୋଷଣା କରିଥିଲା l ବିଶେଷଜ୍ଞ ମାନେ ଆଶଙ୍କା ପ୍ରକଟ କରିଛନ୍ତି ଯେ ଯଦି କରୋନାର ପ୍ରକୋପ କାରଣରୁ ଟେଲର ଦର ଏମିତି କମିବାକୁ ଲାଗିବ ତେବେ ସୌଦି ଭାରତରେ ମଧ୍ୟ ନିବେଶ କରିବ ନାହିଁ l ସୂତ୍ରରୁ ଜଣାପଡିଛି ଯେ ସୌଦିଆରବର ଅରାମକୋ କମ୍ପାନୀ ଚୀନର ଉତର ପୂର୍ଵ ପ୍ରାନ୍ତରେ କରାଯିବକୁ ଥିବା ନିବେଶକୁ ନେଇ ଅଟକାଇବା ପାଇଁ ଫଇସଲା କରିଛି l ସୂତ୍ରରୁ ଜଣାପଡିଛି ଯେ ବଜାରର ଅନିଶ୍ଚିତତା ମୂଲ୍ୟକୁ ନେଇ ଏପରି କରାଯାଇଛି l
ସୌଦିର କମ୍ପାନୀ ଅରାମକୋ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ବୟାନ ଜାରି କରାଯାଇ ନାହିଁ l ଏହି କମ୍ପାନୀ ବଢୁଥିବା କରଜ ଓ କଞ୍ଚା ତେଲର ଦର କମିବା କାରଣରୁ ନିଜର ବଂଚିଥିବା ପୁଞ୍ଜିକୁ ଖର୍ଚ କରିବା ପାଇଁ ଚିନ୍ତା କରୁଛି l ଅରାମକୋ କମ୍ପନିରୁ ସୌଦିକୁ ଅନେକ ପରିମାଣରେ ରାଜସ୍ୱ ମିଳିଥାଏ ,କିନ୍ତୁ ତେଲ ଦର କମିବା କାରଣରୁ ସରକାରୀ କୋଷରେ ମଧ୍ୟ କମି ଆସୁଛି l ଗତବର୍ଷ ଫେବୁଆରି ମାସରେ ଯେତେବେଳେ ସୌଦି କ୍ରାଉନ ପ୍ରିନ୍ସ ଚୀନ ଗସ୍ତରେ ଯାଇଥିଲେ ସେତେବେଳେ ଏହି ପ୍ରୋଜେକ୍ଟକୁ ନେଇ ଦୁଇ ଦେଶ ହସ୍ତାକ୍ଷର କରିଥିଲେ l ସୌଦିଆରବ ଏସିଆ ମହାଦେଶର ବଜାରରେ ନିଜକୁ ସ୍ଥାପନ କରିବାକୁ ନଚାହୁଁଛି l