FATF ର ଗ୍ରେ ଲିଷ୍ଟରୁ ବାହାରିବା ପାଇଁ ପାକିସ୍ତାନ ବ୍ୟସ୍ତ : ହାପିଯ ସଇଦ,ମାସୁଦ ଅଜହର , ଦାଉଦ ଇବ୍ରାହିମଙ୍କ ଭଳି ଆତଙ୍କବାଦୀ ଲିଡର ମାନଙ୍କ ଉପରେ କଡା ପ୍ରତିବନ୍ଧ ଲଗାଇଛି
ନୂଆଦିଲ୍ଲୀ : ପାକିସ୍ତାନ FATF ର ଗ୍ରେ ତାଲିକାରୁ ବାହାରିବା ପାଇଁ ୮୮ ଟି ପ୍ରତିବନ୍ଧିତ ଆତଙ୍କବାଦୀ ସମୂହ ଓ ହାପିଯ ସଇଦ,ମାସୁଦ ଅଜହର ତଥା ଦାଉଦ ଇବ୍ରାହିମଙ୍କ ଭଳି ଆତଙ୍କବାଦୀ ଲିଡର ମାନଙ୍କ ଉପରେ କଡା ବିତ ପ୍ରତିବନ୍ଧ ଲଗାଇଛି l ତାସାହି ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବା ବ୍ୟାଙ୍କ ଖାତାକୁ ସିଲ କରିବା ପାଇଁ ଆଦେଶ ଦେଇଛି l ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଣାପଡିଛି ଯେ ଶନିବାର ଦିନ FATF ଜୁନ ୨୦୧୮ ରେ ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଥିଲା ଓ ୨୦୧୯ ର ଶେଷ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବା ପାଇଁ କାର୍ଯ୍ୟ ଯୋଜନା ଲାଗୁ କରିବାକୁ କହିଥିଲା ,କିନ୍ତୁ ପରେ କରୋନା ମହାମାରୀ ଯୋଗୁ ଏହାର ସମୟସୀମା ବଢ଼ାଇ ଦିଆଗଲା l
ବର୍ତ୍ତମାନ ପାକିସ୍ତାନ ସରକାର ଅଗଷ୍ଟ ୧୮ ରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଓ ଜମାତ ଉଦ ଦାଵାର ପ୍ରମୁଖ ହାପିଯ ସଇଦ,ଜେସ ଏ ମହମଦର ମୁଖ୍ୟ ମାସୁଦ ଆଜହର ଓ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମଙ୍କ ଭଳି ଆତଙ୍କବାଦୀ ଗତିବିଧିକୁ ବଢ଼ୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଠୋର ପ୍ରତିବନ୍ଧକ ଲଗାଇବାର ଘୋଷଣା କରି ଦୁଇଟି ସୂଚନା ଜାରିକରିଛନ୍ତି l ଦାଉଦ ଇବ୍ରାହିମର ଅଣ୍ଡରୱାଲର୍ଡ ଦୁନିଆରେ ଅବୈଧ ବ୍ୟବସାୟର ବଡ କାରବାର ଅଛି ଓ ୧୯୯୩ ରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋଟ ପରେ ସେ ଭାରତର ବାଂଛିତ ଆତଙ୍କବାଦୀ ଅଟେ l
ପାକିସ୍ତାନର ଇଂରାଜୀ ଦୈନିକ ଖବରକାଗଜ ରିପୋଟ ଅନୁସାରେ ପାକିସ୍ତାନ ସରକାର ନିକଟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ଜାରି ହୋଇଥିବା ନୂଆ ସୂଚୀ ଅନୁସାରେ ପାକିସ୍ତାନ ନିୟମର ଅନୁପାଳନ କରି ଆତଙ୍କୀ ସଂଗଠନର ୮୮ ଟି ସଦସ୍ୟଙ୍କୁ ପ୍ରତିବନ୍ଧିତ କରିଛି l ରିପୋର୍ଟ ଅନୁସାରେ ପାକିସ୍ତାନ ଏହି ଆତଙ୍କବାଦୀ ସଂଗଠନ ଗୁଡିକର କାର୍ଯ୍ୟ କଳାପକୁ ନେଇ ସବୁବେଳେ ସମାଲୋଚନାର ପତ୍ର ହେଉଛି l ପାକିସ୍ତାନ ସରକାର ଏହି ସଂଗଠନ ଓ ବ୍ୟକ୍ତିଙ୍କର ସମସ୍ତ ଚଳ ଓ ଅଚଳ ସମ୍ପତ୍ତିକୁ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି l ଏହା ସହିତ ଆଦେଶରେ ଆତଙ୍କବାଦୀଙ୍କ ବିତିୟ ସଂସ୍ଥା ମାଧ୍ୟମରେ ଧନ ହସ୍ତାନ୍ତର କରିବା ,ଅସ୍ତ୍ରଶସ୍ତ୍ର କିଣିବା ଓ ବିଦେଶ ଯାତ୍ରାରେ ମଧ୍ୟ ରୋକ ଲାଗିଛି l ଜାରି ହୋଇଥିବା ସୂଚନା ଅନୁସାରେ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବା ତହରିକ ତାଲିବାନ ସହିତ ଯୋଡି ହୋଇଥିବା ସମସ୍ତ ପ୍ରମୁଖ ସଦସ୍ୟଙ୍କ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି l
