ଖଇରା,୨୨ ।୮ : ବାଲେଶ୍ୱର ଜିଲା ଖଇରା ଜଳସେଚନ ଉପଖଣ୍ଡ ଗୋପାଳପୁର ରାଣିତାଲ ଡିଷ୍ଟ୍ରିବୁ୍ୟଟାରୀ ଓ ଚରମ୍ପାଶାଖା କେନାଲ ଅଧୀନସ୍ଥ ୮ ପାଣି ପଞ୍ଚାୟତର ନିର୍ବାଚନ ୨୦ ଓ ୨୧ତାରିଖ ଦୁଇଦିନଧରି ଅନୁଷ୍ଠିତ ହୋଇ ଯାଇଛି । ଏଥି ମଧ୍ୟରେ ମା ତାରିଣୀ,ମା ଭଦ୍ରକାଳୀ,ମା ଘଟବାସୁଳି,ମା ସାହାଡାଶୁଣୀ,ମା ଦୁର୍ଗା,ମା ବୁଢିଜାଗୁଳାଇ,ମା ଚଣ୍ଡୀ,ମାଶ୍ରୀରାଧା ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି ।
ନୁତନ କର୍ମକର୍ତ୍ତା ମାନେ ହେଲେ ମଞ୍ଜୁଲତା ଦାସ,ଉମାମଣି ମହାପାତ୍ର,ପଦ୍ମଲୋଚନ ଦାସ,ମାୟାଧର ପାଣିଗ୍ରାହୀ,ସୌମ୍ୟସୁନ୍ଦର ମହାନ୍ତି,ପଦ୍ମାବତୀ ଦାସ,ଶାନ୍ତିଲତା ଉପାଧ୍ୟାୟ,ପଞ୍ଚାନନ ଶତ୍ପଥୀ,ମାୟାଧର ମହାପାତ୍ର,ମୋହନ ଚରଣ ତିଆଡି,ନରେନ୍ଦ୍ର ପଣ୍ଡା,ଗୋବର୍ଦ୍ଧନ ପଣ୍ଡା,ବସନ୍ତ କୁମାର ପଣ୍ଡା,ସଞ୍ଜୟ ପଲେଇ,ବିଭୁତି ଭୁଷଣ ଚାଟାର୍ଜୀ,ରାଜୀବ ଲୋଚନ ରାଏମହାପାତ୍ର,ପ୍ରମୋଦ କୁମାର ମହାନ୍ତି,କମଳାକାନ୍ତ ପାଣିଗ୍ରାହୀ,ରମାକାନ୍ତ ପଣ୍ଡା,ଜୟନ୍ତୀ ନାୟକ,ଦିଲ୍ଲିପ କୁମାର ମହାନ୍ତି,ଉମାକାନ୍ତ ପଣ୍ଡା,ଗୋବିନ୍ଦ ମୋହନ ସାହୁ ଏବଂ ଗୌରୀ ପାଣିଗ୍ରାହୀ ।
ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଉପନିର୍ବାହୀ ଯନ୍ତ୍ରୀ ସୁମନ୍ତ କୁମାର ସେଠୀ,ସହକାରୀ ଯନ୍ତ୍ରୀ ବସନ୍ତ କୁମାର ମହାଳିକ,କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମହାନ୍ତି,ବାଣିଶ୍ରୀ ନାୟକ,ହିରାଲାଲ ମାଝୀ ପ୍ରମୁଖ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।ନୟନଜୋରୀକୁ ଖସିଲା