ଖଇରା,୨୨ ।୮ବାଲେଶ୍ୱର ଜିଲା ଅଧୀଣ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ କୋଚିଆକୋଇଲି ପୋଲ ନିକଟରେ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟକୁ ନେଇ ଆସୁଥିବା ୧୦୨ ଆମ୍ବୁଲାନ୍ସ ନୟନଜୋରୀକୁ ଖସି ପଡିଥିଲା ।
ଏଥିରେ ଥିବା ଗର୍ବବତୀ ସୁମତୀ ନାୟକଙ୍କ ସମେତ ୩ନମ୍ବର ଜୋନ ଜିଲା ପରିଷଦ ସଭ୍ୟ କଳ୍ପନା ନାଇକ,ଆଶାକର୍ମୀ ଅର୍ଣ୍ଣପୁର୍ଣ୍ଣା ପଲେଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସାମାନ୍ୟ ଆହତ ଥିବା ବ୍୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି ।
ଶୁକ୍ରବାର ରାତି ଅନୁ୍ୟନ ୨ଟା ସମୟରେ ଗଡପୋଖରୀ ପଞ୍ଚାୟତ ଅଧୀନ ଗଗୁଆ ଗ୍ରାମର ସୁମତୀଙ୍କ ଗର୍ଭଯନ୍ତ୍ରଣା ପରେ ଖଇରା ୧୦୨ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସଟି ଗଗୁଆରୁ ଖଇରା ମେଡିକାଲକୁ ଆସୁଥିବା ବେଳେ ଭରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ନାଇଟ ପେଟ୍ରୋଲିଂ କରୁଥିବା ପୋଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା
