କୋଦଳା : ଗାଈଗୋରୁ ମାନଙ୍କୁ ସୁରକ୍ଷିତ ଦେବାକୁ ସରକାର ପଦକ୍ଷେପ ନେଉଥିବା ବେଳେ ବାସ୍ତବରେ କିଛି ସ୍ଥାନରେ ତାହା ଫଳପ୍ରଦ ହେଉନଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ ଦିନକୁ ଦିନ ବୁଲା ଗାଈଗୋରୁ ମାନେ ବେଫିକର ବୁଲାବୁଲି କରୁଥିବା ନଜରକୁ ଆସୁଛି। ବିଶେଷ କରି ଗାଈଗୋରୁଙ୍କ ମାଲିକାନା ରହିଥିବା ବ୍ଯକ୍ତି ମାନେ ସଚେତନ ହେଉ ନଥିବା ଏବଂ ହେୟଜ୍ଞାନ କାରଣରୁ ଭୋକ ଉପାସରେ ଗାଇଗୋରୁ ଏଣେତେଣେ ବିଚରଣ କରୁଛନ୍ତି। ବେଗୁନିଆପଡ଼ା ସ୍ଥିତ ବାବା ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର ପୀଠରେ ଗାଇଗୋରୁଙ୍କ ଆଡ୍ଡା ଏବେ ନିତିଦିନିଆ ଘଟଣା ହୋଇଗଲାଣି। ମନ୍ଦିର ସାମ୍ମାରେ ଗାଈ ମାନେ ଅହରହ ପଡି ରହୁଥିବା ଦେଖିବାକୁ ମିଳୁଛି। ଫଳରେ ମନ୍ଦିରର ପରିବେଶ ମଧ୍ୟ ନଷ୍ଟ ହେଉଛି।
ଗାଈଗୋରୁ ମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାନରେ ଷ୍ଟିକର ମରା ଯାଇଛି। ଷ୍ଟିକରିଂ ପରେ ଗାଇଗୋରୁଙ୍କ ମାଲିକ କିଏ ତାହା ଜାଣିବାରେ ସୁବିଧା ହୋଇଥାଏ। ବେଆଇନ ଭାବେ ଗାଇଗୋରୁଙ୍କୁ ବୁଲୁଥିବା ଦେଖିଲେ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବ୍ଯବସ୍ଥା ଥିବା ସତ୍ତ୍ୱେ ବେଫିକର ଭାବେ ଗାଇଗୋରୁଙ୍କୁ ଛାଡି ଦେଉଛନ୍ତି ମାଲିକ ।ଯାହା ଫଳରେ କି ଗାଇଗୋରୁଙ୍କ ଅବାଧ ବିଚରଣ ପାଇଁ ସାଧାରଣ ଲୋକେ ହଇରାଣ ଭୋଗୁଛନ୍ତି।
ଅନ୍ୟ ପକ୍ଷରେ କରୋନା ମହାମାରୀ ପାଇଁ ଏସବୁକୁ ଦେଖିବାକୁ କୌଣସି ଅଧିକାରୀ ନାହାଁନ୍ତି ।ଯାହାକି ମାଲିକ ମାନଙ୍କୁ ଖୋରାକ୍ ଯୋଗାଉଛି। ଖାଦ୍ୟ ବିନା ଜୀବଜଗତ ବିପର୍ଯ୍ୟୟ, ହେଲେ ଏମାନଙ୍କ ଖାଇବା ପିଇବା ବୂଝିବାକୁ କେହି ନଥିବା ଭଳି ମନେ ହେଉଛି। ସରକାରଙ୍କ ଯୋଜନା ବାଟେ ଯୋଜନା ରହୁଛି ଏବଂ ବାସ୍ତବରେ କୌଣସି ଫଳପ୍ରଦ ହେଉନଥିବା ମତପ୍ରକାଶ ପାଇଛି।