Odisha news

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ମାତୃ ଓ ଶିଶୁ ଚିକିତ୍ସ୍ୟାଳୟ ର ଶୀଳାନ୍ୟାସ

0

ଜଗତସିଂହପୁର : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଜଗତସିଂହପୁର ଜିଲ୍ଲାରେ ତିନୋଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ଉସôବ ଅନୁଷ୍ଠିତ ହୋଇଯାଇଛି ।ବିଲୁଆଖାଇ ନଦୀରେ ହାଇଲେବଲ ସେତୁ ଉଦଘାଟନ ସହିତ ଜଗତସିଂହପୁର ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ ମାତୃ ଓ ଶିଶୁ ଚିକିତ୍ସ୍ୟାଳୟ,ଏକ ନୂତନ ଆଇସିୟୁ ୟୁନିଟ ପାଇଁ ଶିଳାନ୍ୟାସ ହୋଇଯାଈଛି ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନସି ମାଧ୍ୟମରେ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟ କରିଥିଲେ ।

ଜଗତସିଂହପୁର ଜିଲ୍ଲା ଶଙ୍ଖାରୀ ସାହି ନିକଟରେ ବିଲୁଆଖାଇ ନଦୀ ଉପରେ ୬୧.୪୨କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି ।୨୦୧୬ ଅକ୍ଟୋବରରେ ଏହାର ଭିତ୍ତିରି ପ୍ରସ୍ତର ସ୍ତାପନ ହୋଇଥିବା ବେଳେ ଆଜି ତାହାର ଉଦଘାଟନ ହୋଇଛି ।ଏହି ସେତୁ ଫଳରେ ଜଗତସିଂହପୁର ଜିଲ୍ଲା ସହିତ କଟକ ବାଇସିମୌଜା ସହିତ ସିଧା ସଳଖ ଯୋଡିବା ଏବଂ ଜଗତସିଂହପୁରରୁ ଭୁବନେଶ୍ୱର ଦୁରତ୍ୱକୁ ବହୁ ପରିମାଣରେ କମିଯିବାର ଲକ୍ଷ୍ୟରେ ଏହି ସେତୁ ନିର୍ମାଣ କରାଯାଇଛି ।ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ ୧୦୦ ଶର୍ଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିଚିକିତ୍ସ୍ୟାଳୟ ଓ ଏକ ନୂତନ ଆଇସିୟୁ ୟୁନିଟ ପାଇଁ ଶିଳାନ୍ୟାସ ହୋଇଯାଇଛି ।୧୬.୨୮ କୋଟି ଟଙ୍କା ବ୍ୟୟରେ ମାତୃ ଓ ଶିଶୁ ଚିକିତ୍ସ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ୧୦ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ପାଇଁ ୨.୨୯ଟଙ୍କା ବିନିଯୋଗ କରାଯିବ ।ଏହି ଦୁଇଟି ପ୍ରକଳ୍ପ ସଂପୁର୍ଣ୍ଣ ହେବା ପରେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂତନ ଧାର ବଜାୟ ରଖିବ ।

ଏହି କାର୍ଯ୍ୟକ୍ରମରେ ଜଳ ସଂପଦ,ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଯେ ମେଡିକାଲ ପରିସରରେ ଏହି ଦୁଇଟି ପ୍ରକଳ୍ପ ହେବା ଦ୍ୱାରା ଜଗତସିଂହପୁର ବିକାଶ କ୍ଷେତ୍ରରେ ଆଉ ଏକ ଫର୍ଦ ଯୋଡି ହେବା ସହିତ ଜିଲ୍ଲାକୁ ଏକ ନୂତନ ଦିଗନ୍ତ ଦେବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି କହିଲେ ଯେ ଜଗତସିଂହପୁର ଜିଲ୍ଲାବାସୀଙ୍କର ବହୁ ପ୍ରତୀକ୍ଷିତ ମାତୃ ଓ ଶିଶୁ  ଚିକିତ୍ସ୍ୟାଳୟ ପାଇଁ ଦାବୀ ରହିଥିଲା ତାହା ଆଜି ଶିଳାନ୍ୟାସ ହୋଇଥିବା ବେଳେ ୧୦ଶର୍ଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟ ନିର୍ମାଣ କରାଯିବା ପାଇଁ ସମସ୍ତ ଆପ୍ରୁଭାଲ ହୋଇଥିବାରୁ ଆଜିର ଦିନଟି ଜିଲ୍ଲାପାଇଁ ଏକ ଶୁଭଙ୍କର ଦିନ ବୋଲି ଜିଲ୍ଲାପାଳ କହିଥିଲେ ।ଏହାର କାର୍ଯ୍ୟ ଖୁବ ଶିଘ୍ର ଆରମ୍ଭ କରାଯିବ ବୋଲି କହିଥିଲେ ।ଏହା ସହିତ ଆଗାମୀ ଦିନରେ ସମସ୍ତ ଜନ ପ୍ରତିନିଧୀଙ୍କ ସହାୟତାରେ ଏକ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରାଯିବ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ,ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକଙ୍କ ସମେତ ବିବାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply