ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ୟାସ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପତ୍ର ଲେଖି ତାଙ୍କର ପ୍ରଶଂସା କରିଛନ୍ତି ଓ ଆଗାମୀ ଭବିଷ୍ୟତ ପାଇଁ ଶୁଭ କାମନା ଜଣାଇଛନ୍ତି l ଏହି ପାତ୍ରରେ ପ୍ରଧାନମନ୍ତ୍ରୀ ଧୋନିଙ୍କ ଜୀବନର ଅନେକ ମହତ୍ୱ ପୂର୍ଣ୍ଣ ସମୟକୁ ମାନେ ପକାଇଛନ୍ତି l ବିଶେଷ କରି T-20ବିଶ୍ୱକପରେ ୨୦୦୭ ଓ ୨୦୧୧ ରେ ତାଙ୍କର ଯୋଗ ଦାନାକୁ ନେଇ ପ୍ରଶଂସା କରିଛନ୍ତି l ପ୍ରଧାନମନ୍ତ୍ରୀ ଏହି ପାତ୍ରଟିରେ ଧୋନିଙ୍କର ହେୟାର ଷ୍ଟାଇଲରୁ ନେଇ ତାଙ୍କ ଝିଅ ଜିବା ସହିତ ତାଙ୍କର ସମ୍ପର୍କକୁ ନେଇ ସବୁକିଛି ଆଲୋଚନା କରିଛନ୍ତି l
ଧୋନି ଏହି ପତ୍ରଟିକୁ ଟ୍ୱିଟରରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କର ଆଭାର ପ୍ରକଟ କରିଛନ୍ତି l ଧୋନି କହିଛନ୍ତି ଯେ “ପ୍ରତ୍ୟକ କଳାକାର ,ସୈନିକ ଓ ଖେଳାଳୀଙ୍କର ପ୍ରଶଂସା କରିବା ଗୋଟିଏ ବଡ କଥା l ସେମାନେ ଚାହାଁନ୍ତି ଯେ ତାଙ୍କର ପରିଶ୍ରମ ଓ ବଳିଦାନ ବିଷୟରେ ସମସ୍ତେ ଜଣାନ୍ତୁ l ଆପଣଙ୍କ ପକ୍ଷରୁ ମିଳିଥିବା ପ୍ରଶଂସା ଓ ଶୁଭକାମନା ପାଇଁ ଅନେକ ଧନ୍ୟବାଦ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ”
ମୋଦି ଧୋନିଙ୍କୁ ଲେଖିଛନ୍ତି ଯେ “ଆପଣ ଭାରତୀୟ କ୍ରିକେଟ ଦଳର ସବୁଠାରୁ ଉଜୋଗୀ ଅଧିନାୟକ ମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି l କ୍ରିକେଟର ଇତିହାସରେ ଆପଣଙ୍କ ନାମ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ,ସର୍ବଶ୍ରେଷ୍ଠ ଉଇକେଟ କିପର ଓ ସର୍ବଶ୍ରେଷ୍ଠ କ୍ୟାପେଟେନ ମଧ୍ୟରେ ରହିବ l ମ୍ୟାଚ ସମୟରେ କଠିନ ପରିସ୍ଥିତିରେ ସମସ୍ଥଙ୍କର ଆପଣଙ୍କ ଉପରେ ଭରସା ଓ ମ୍ୟାଚ ସାରିବା ପରେ ଆପଣଙ୍କର ଷ୍ଟାଇଲ ଅନେକ ପୀଡ଼ିଧରି ସମସ୍ତେ ମାନେ ରଖିବେ ,ଖାସ କରି ୱାର୍ଲଡ କପ ୨୦୧୧ କୁ l ”
ନାରେ ନରେନ୍ଦ୍ର ମୋଦି ଆହୁରି ମଧ୍ୟ ଲେଖିଛନ୍ତି ଯେ ଧୋନି ନାମଟି କେବଳ ଗୋଟିଏ ନାମକୁ ବୁଝାଇ ନଥାଏ କିମ୍ବା ମ୍ୟାଚକୁ ଜିତାଉଥିବା ଗୋଟିଏ ନିର୍ଦ୍ଧିଷ୍ଟ ଖେଳାଳିକୁ ମଧ୍ୟ ବୁଝିବା ଭୁଲ ହେବ ,ଆପଣଙ୍କ ନାମ ଗୋଟିଏ ଯୁଗକୁ ବୁଝାଏ l ପ୍ରଧାନମନ୍ତ୍ରୀଙ୍କର ଏହି ପାତ୍ରଟିରେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ କିଛି ଶିକ୍ଷା ରହିଛି l ମୋଦି ଲେଖିଛନ୍ତି “ଆପଣ ଗୋଟିଏ ଛୋଟ ସହରରୁ ଆସି ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି l ଆପଣଙ୍କ ସଫଳତା ଦେଶର କୋଟିକୋଟି ଯୁବକଙ୍କୁ ପ୍ରେରଣା ଦେବ l ଆପଣଙ୍କ ଭିତରେ ଗୋଟିଏ ନୂଆ ଆତ୍ମା ଝଲସିଥାଏ ,ଯେଉଁଠାରେ ଯୁବକ ମାନଙ୍କର ଭାଗ୍ୟ ତାଙ୍କ ପରିବାର ତିଆରି କରି ନଥାଏ ଯୁବକ ମାନେ ନିଜର ଭାଗ୍ୟ ଓ ପରିଚୟ ସୃଷ୍ଟି କରନ୍ତି l ଆମେ କେଉଁଠାରୁ ଆସିଛୁ ଓ କେଉଁ ପରିବାରରୁ ଆସିଛୁ ଏହାର କିଛି ମୂଲ୍ୟ ନାହିଁ l ମହତ୍ୱପୂର୍ଣ୍ଣ ଏହା ଅଟେ ଯେ ଆମେ ଯେଉଁ କର୍ମ କରୁଛୁ ସେହିଥିରେ ନିଜର ପରିଚୟ ସୃଷ୍ଟି କରିବା l ଆପଣଙ୍କର ଏହି ଭାବନା ଦେଖି ଅଧିକାଂଶ ଯୁବକ ପ୍ରେରଣା ପାଇଛନ୍ତି l “