Odisha news

ଲେଡିହାମିଲଟନ୍ ବିଦ୍ୟାଳୟରୁ ଚୋରି ସାମଗ୍ରୀ ଜବତ, ୩ ଗିରଫ

0

ବାରିପଦା  : ବାରିପଦା ସହର ପାଲବଣୀ ସ୍ଥିତ ଲେଡିହାମିଲଟନ୍ ବିଦ୍ୟାଳୟରୁ ଚୋରି ହୋଇଯାଇଥିବା ବିଭିନ୍ନ ମୂଲ୍ୟବାନ୍ ସାମାଗ୍ରୀକୁ ଟାଉନ ପୋଲିସ ଜବତ କରିବାସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଏହି ବିଦ୍ୟାଳୟରେ ଚଳିତମାସ ୧୦ତାରିଖରେ ୩ ଦୃର୍ବତ୍ତ ମିଶି କମ୍ପୁ୍ୟଟର, ଫ୍ୟାନ୍ ଆଦି ବିଭିନ୍ନ ମୂଲ୍ୟବାନ୍ ସାମଗ୍ରୀ ଚୋରି କରିନେଇଥିଲେ ।

ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପଲେଇଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନଥାନାରେ ୫୩୩/୨୦ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ କରିଥିଲା  । ଉକ୍ତ ଘଟଣାର ତଦନ୍ତ କରି ପୋଲିସ ପାଲବଣୀ ଅଞ୍ଚଳର ସୁମନ୍ ସିଂ(୨୧), କରତବସା ଅଞ୍ଚଳର ବିକାଶ ରାୟ(୩୫) ଓ ବାହାନଡା ଅଞ୍ଚଳର ଟୁନା ଦୁବେ୍(୨୪)ଙ୍କ ନିକଟରୁ ଏହି ମୂଲ୍ୟବାନ୍ ସାମଗ୍ରୀ ଜବତ କରିବାସହ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply