ବାରିପଦା : ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଜୁଲାଇମାସ ୨ତାରିଖ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତ୍କିଡିହା କଲୋନୀ ସାହିର ଛାତ୍ରୀ ସୁନୟନା ସିଂଙ୍କ ବଳତ୍କାର ଓ ହତ୍ୟା ମାମଲା ଜୁଲାଇ ୩ତାରିଖରେ ପଞ୍ଜୀକୃତ ହୋଇଥିବାବେଳେ ମୁଖ୍ୟଅଭିଯୁକ୍ତଙ୍କୁ ଅଗଷ୍ଟ ୧୭ତାରିଖ ସୋମବାର କୋର୍ଟଚାଲାଣ କରାଯାଇଥିଲା ।
ଅଭିଯୁକ୍ତ ଜ୍ୟୋତିରାମ ପାଦୁରିଆଙ୍କୁ ଅଗଷ୍ଟ ୧୬ରେ ଗିରଫ କରାଯିବା ସହ କୋର୍ଟରେ ହାଜର କରାଯାଇଥିଲା । ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଜଣେ ୧୮ବର୍ଷର ବାଳିକାଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ଏସସିଏସଟି ଏଟ୍ରୋସିଟି ଆକ୍ଟ ଲଗାଯାଇ ଚାର୍ଜସିଟ୍ ଫାଇଲ ପ୍ରସ୍ତୁତ କରାଯିବାସହ ତୁରନ୍ତ ପୀଡିତାଙ୍କ ପରିବାଙ୍କୁ କ୍ଷତିପୂରଣ ଯୋଗାଇଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟସରକାର ଚୁପ୍ ରହିଛନ୍ତି । ସ୍ଥାନୀୟ ହୋ ସମ୍ପ୍ରଦାୟ ତଥା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମରେ ପୋଲିସ ତଦନ୍ତ ଅଧିକାରୀଙ୍କୁ ବଦଳାଇ ଦିଆଯିବାପରେ ବର୍ତ୍ତମାନ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରାଯାଇଛି ।
କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ କାର୍ଯ୍ୟପରି ମନେ ହେଉ ନାହିଁ ବୋଲି ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯିବା ସହ ସିବିଆଇ ତଦନ୍ତ ପାଇଁ ଦୃଢଦାବି କରାଯାଇଛି । ଉକ୍ତ ଦାବିକୁ ସରକାର ଦୃଷ୍ଟି ନଦେଲେ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନେ୍ଦାଳନାତ୍ମକପନ୍ଥା ଗ୍ରହଣ କରାଯିବା ବୋଲି ଚେତାବନୀ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁର୍ଥୁରାଜ ହାଁସଦାଃ, ଅର୍ଜୁନ ମୁର୍ମୁ, ଚୈତନ୍ୟ ସୋରେନ୍, ନବ ମାରାଣ୍ଡି, ସୁକେନ୍ଦ୍ର ଟୁଡୁ, ଧନୁ ମାରାଣ୍ଡି, ସାଗର ମାରାଣ୍ଡି, ରାଜ୍ ମୁର୍ମୁ, ଲେବା ମାରାଣ୍ଡି ଓ ଲୋକନାଥ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।