Odisha news

ସ୍ବଦେଶୀ ଫାଇଟର ଜେଟ ତେଜସ ବର୍ତ୍ତମାନ କରିବ ସୀମାର ସୁରକ୍ଷା

0

ନୂଆଦିଲ୍ଲୀ : ଚୀନ ସହିତ ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନାର ହାଲୁକା ଲାଡାକୁ ଜେଟ LCA ତେଜସକୁ ପାକିସ୍ତାନର ସୀମାରେ ଲାଗିଥିବା ବାୟୁ ସେନାର ଆଡ୍ଡାରେ ଅପରେସନlଲ ମୁତୟନ ପାଇଁ ଅନୁମତି ମିଳିଯାଇଛି l କାରଣ ପଡୋଶୀ ଦେଶ କୌଣସି ପ୍ରକାରର ଭୁଲ କାମ କରିବା ପୂର୍ବରୁ ଭାବିବା ଦରକାର l ଦେଶରେ ତିଆରି ହୋଇଥିବା ଏହି ଫାଇଟର ଜେଟକୁ ଚୀନ ସହିତ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ସୀମା ନିକଟରେ ଏପରି ମୁତୟନ କରାଯାଇଥିଲା ଯେପରି ଦେଶ ଉପରେ ହେବାକୁ ଥିବା ଦୁଇପକ୍ଷର ହମଲା ସମୟରେ ଲଢ଼l ଯାଇପାରିବ l

ସରକାରଙ୍କର ଉଚ ପଦସ୍ତ ସୂତ୍ର ଇଣ୍ଡିଆ ଟୁଡେକୁ ଦେଇଥିବା ସୂଚନା ଅନୁସାରେ ପାକିସ୍ତାନ ସୀମା ନିକଟରେ ହୋଇଥିବା ମୁତୟନ ପରେ ତେଜସ ଅନେକ ଥର ଉଡାଣ ଭରିଛି l ପଶ୍ଚିମ ସୀମାର ସୁରକ୍ଷାକୁ ନେଇ ତେଜସର ଉପସ୍ଥିତି ପାକିସ୍ତାନକୁ ଆତଙ୍କିତ କରିଦେଇଛି l LAC ତେଜସ ଦେଶରେ ତିଆରି ହୋଇଥିବା ପ୍ରଥମ ସ୍ବଦେଶୀ ଫାଇଟର ଜେଟ ଅଟେ ,ଯେଉଁଥିରେ ଆମେରିକାର ଇଞ୍ଜିନ ଲାଗ ଯାଇଛି l ଗତ କିଛି ବର୍ଷରୁ ତେଜସର ଉଡାଣ ଅଲଗା ଅଲଗା ବାୟୁସେନା ଅଡ୍ଡାରୁ କରାଯାଉଛି l

ପ୍ରଥମ ଦୁଇ ସ୍କ୍ୱାଡ୍ରନ ବାୟୁ ସେନାରେ ସାମିଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ୮୩ ମାର୍କ 1A LCA ବହୁତ ଶୀଘ୍ର ସାମିଲ କରାଯିବ l ଚିଫ ଅଫ ଡିଫେନ୍ସ ଓ ବାୟୁ ସେନା ପକ୍ଷରୁ ମଧ୍ୟ ଏହି ଫାଇଟର ଜେଟ ମୁତୟନ ପାଇଁ ସମର୍ଥନ ମିଳିଥିଲା l ଦେଶରେ ତିଆରି ହୋଇଥିବା ଏହି ଫିତର ଜେଟକୁ ନେଇ ସବୁଠାରୁ ବଡ ରକ୍ଷା ଡ଼ିଲ ହୋଇଥିଲା ,ଏହି ଡ଼ିଲ ୪୦୦୦୦ କୋଟି ଟଙ୍କାର ଥିଲା l

Leave A Reply