Odisha news

ଉପନିର୍ବାଚନ : ପ୍ରାର୍ଥୀ କିଏ ହେବ ଦଳ ନିଷ୍ପତି ନେବ – ସୁର ରାଉତରାୟ

0

ଭୁବନେଶ୍ୱର,୧୮ ଅଗଷ୍ଟ – ତିର୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି । ଗତ କାଲି ଚିରଞ୍ଜୀବ ବିଶ୍ୱାଳଙ୍କ ସହ କଂଗ୍ରେସର ଏକ ଟିମ ତିର୍ତୋଲ ଯାଇଥିଲୁ । ପୂର୍ବତନ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଓ ଝିଅ ଉଭୟ ପାର୍ଥୀ ହେବାପାଇଁ ଆଶାୟୀ ଅଛନ୍ତି । ସେହିପରି ବାଲେଶ୍ୱର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ପୁଅ ନବଜ୍ୟୋତି ହିଁ ଶ୍ରେଷ୍ଠ ପ୍ରାର୍ଥୀ ।ତେବେ ପ୍ରାର୍ଥୀ କିଏ ହେବ ସେସମ୍ପର୍କରେ ଦଳ ନିଷ୍ପତି ନେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରକାଶ କରିଛନ୍ତି ।  ଅପରପକ୍ଷରେ ଲିଙ୍ଗରାଜ ମନ୍ଦିର ପାଇଁ ଆମକୁ ଯେଉଁ ଚିତ୍ର ରାଜ୍ୟ ସରକାର ଦେଖେଇ ଛନ୍ତି ତାହା ବାସ୍ତବ ରେ ପରିଣତ ହେଲେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ । ବର୍ତମାନ ଯାଏଁ କେବଳ ମନ୍ଦିର ବାହାର କୁ ସଫା କରାଯାଇଛି । କାମ ବିଶେଷ ହୋଇନି ।ବସଷ୍ଟାଣ୍ଡ ଠୁ ନେଇ ଯାତ୍ରୀ ନିବାସ ଏ ସବୁ ହୋଇପାରିଲେ ଭଲ । ହେଲେ ବିକାଶ କେବଳ ଚିତ୍ର ରେ ସୀମିତ ନରହି କାମରେ ହେଉ ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ।

Leave A Reply