Odisha news

କନ୍ଧମାଳ ଜିଲାରେ ପୁଣି ୧୨୧ କରୋନା ପଜିଟିଭ ଚିହ୍ନଟ : ମୋଟ ଆକ୍ରାନ୍ତ ୧୪୭୦ , ସୁସ୍ଥ ହେଲେଣି ୮୬୯

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ କମିବାର ନାଁ ନେଉନାହିଁ କରୋନା ଆଜି ପୁଣି ଜିଲ୍ଲାରେ ଆଉ ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୦ ରେ ପହଂଚିଛି ।

ତେବେ ଆଜି ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୮୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୭ ରହିଥିବାବେଳେ ଆଉ ୫୯୪ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ମାନଙ୍କ ମଧ୍ୟରୁ ଫୁଲବାଣୀ ଅଂଚଳର ୭ ଜଣ ଥିବାବେଳେ ଘୁ.ଉଦୟଗିରି ଅଂଚଳର ୨୦ଜଣ,ଦାରିଙ୍ଗବାଡି ଅଂଚଳର ୨୪ଜଣ,ଚକାପାଦ ଅଂଚଳର ୫ଜଣ,ଟିକାବାଲିର ୮ ଜଣ ,କ.ନୁଆଗାଁର ୧୪ ଜଣ,କୋଟଗଡର ୬ ଜଣ,ତୁମୁଡିବନ୍ଧର ୨୧ ଜଣ,ରାଇକିଆର ୨ ଜଣ,ବାଲିଗୁଡାର ୨୧ ଜଣ ଏବଂ ଖଜୁରିପଡା ଅଂଚଳର ୨ ଜଣ ରହିଥିବା ନେଇ କନ୍ଧମାଳ ଟ୍ୱିଟ ମାଧ୍ୟମରେ ସୁଚନା ଦେଇଛନ୍ତି । ତେବେ ଲୋକଙ୍କୁ ଏଥିରେ ଭୟବୀତ ନହୋଇ ନିଜନିଜ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅତି ଆବଶ୍ୟକପଡିଲେ ଘରୁବାହାରିବା ବେଳେ ମୁହଁରେ ମାସ୍କ ଲଗାଇବା ସାମାଜିକ ଦୁରତାକୁ ବଜାୟ ରଖି ଯାତାୟାତ କରିବା ଏବଂ କୋଭିଡ ନିୟମକୁ ଠିକ ଭାବରେ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply