Odisha news

ଲକ୍‌ଡାଉନ୍‌ରେ ଲକି

0

ସ୍ମାର୍ଟ ଗୃ୍ରୁପ୍‌ ପ୍ରଯୋଜିତ କ୍ଷଦ୍ର ଚଳଚ୍ଚିତ୍ର ‘ଲକ୍‌ଡାଉନ୍‌ରେ ଲକି’ର ସୁଟିଂ ଚାଲିଛି । କୋଭିଡ୍‌ ୧୯ ମହାମାରୀରେ ଜୀବନ ଜୀବିକା ବାଧାପ୍ରାପ୍ତ ହେବାରୁ ଲକି ଚାକିରିରୁ ଛଟେଇ ହୋଇ ଗାଁକୁ ଫେରିବାକୁ ବାଧ୍ୟ ହୁଏ । ନ ଖାଇ ନ ପିଇ ଚାଲି ଚାଲି ଆସି ପହଞ୍ଚେ ଏମିତି ସ୍ଥାନରେ ଯେଉଁଠି ଦେଖା ହୁଅନ୍ତି ତାର ସାଙ୍ଗମାନେ । ସେମାନେ କଳା ଧନ୍ଦାରେ ଲିପ୍ତ । ତେଣେ ଲକିକୁ ଖୋଜିବା ପାଇଁ ସେଇ ସହରରେ ଆସି ପହଞ୍ଚେ ତା’ର ପ୍ରେମିକା ସୋମା(ରୀକିତା ପଟ୍ଟନାୟକ) । କ’ଣ ହେବ ଶେଷରେ ? ଲକି ତା’ ସାଙ୍ଗମାନଙ୍କ ସହ ମିଶି କଳା ଧନ୍ଦା କରିବ ନା ସେମାନଙ୍କ ଗହଣରୁ ଖସି ଆସିବ ଆଉ ସୋମା ଲକିକୁ ପାଇବ ନା ଅନ୍ୟ କିଛି ପଥରେ ପଥିକ ସାଜିବ ? ଏ ସବୁର ଉତ୍ତର ମିଳିବ ଲକ୍‌ଡାଉନରେ ଲକି ଚଳଚ୍ଚିତ୍ରରେ । ଅଭିନୟରେ ଅଛନ୍ତି ସୂର୍ଯ୍ୟ, ରିକିତା, ମାନସ, ରାଜେଶ, ଟିକି ରଥ ଓ ଅନ୍ୟମାନେ । କ୍ୟାମେରାରେ ପ୍ରତୁ୍ୟଷ ଓ ରାଜେନ୍ଦ୍ର, ନିର୍ଦ୍ଦେଶନାରେ ମହେନ୍ଦ୍ର ମହାନ୍ତି ଏବଂ ପ୍ରଯୋଜନାରେ ସୂର୍ଯ୍ୟ ନାରାୟଣ ଦୋରା । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ସ୍ୱସ୍ତିକ ରାଜା ।

Leave A Reply