ଦଶରଥପୁର : ମଂଗଳପୁର ଥାନା ଅଧିନସ୍ଥ କୟାଁ ପଂଚାୟତ ଦରଭା ଗାଁରେ ମନ୍ଦିର ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ୧୨ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିନେଇ ଥାନା ପକ୍ଷରୁ ଉଦିତ ନାୟକଙ୍କ ଅଭିଯୋଗ ଅନୁସାରେ କେସ ନଂ ୩୪୬/୨୦ରେ ଦଫା ୧୪୭/୧୪୮/୧୪୯/୨୯୪/୩୦୭/୩୨୩/୩୨୫/୩୪୧/୫୦୬ରେ ମାମଲା ରୁଜୁ କରାଯାଇଥିବାବେଳେ ଅନ୍ୟପକ୍ଷରେ ଅପରପକ୍ଷରୁ ନିର୍ମଳ ସାହାଣିଙ୍କ ଅଭିଯୋଗ ଅନୁସାରେ କେସ ନଂ ୩୪୭/୨୦ରେ ଦଫା ୧୪୭/୧୪୮/୧୪୯/୨୯୪/୩୦୭/୩୨୩/୩୨୫/୩୪୧/୫୦୬ରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ଉଭୟ ପକ୍ଷରୁ ୧୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅସିତ ରଂଜନ ମହାନ୍ତି ସୂଚନା ଦେଇଛନ୍ତି ।
ସେମାନେ ହେଲେ ସମରେନ୍ଦ୍ର ବାରିକ, ଶ୍ରୀନିବାସ ପଲାଇ, ହୃଷିକେଷ ବାରିକ, ନବଘନ ସାହାଣି, ସୋମ୍ୟକାନ୍ତ ବାରିକ, ଶରତ ଚନ୍ଦ୍ର ନାୟକ, ଜତିନ ନାୟକ, ଅଜିତ ନାୟକ, ଅକ୍ଷୟ ନାୟକ, ରଂଜନ ନାୟକ, ଉକ୍ରଳ ବିଶ୍ୱାଳ, ରାଜେନ୍ଦ୍ର ବାରିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶଥାଉକି ଗାଁର ଗୋଚର ଜମିରେ ପୂର୍ବରୁ ଗୋପବଂଧୁ ମନ୍ଦିର ରହିଥିବାବେଳେ ଅନ୍ୟ ଗୋଷ୍ଠି ପକ୍ଷରୁ ଲକ୍ଷ୍ମୀନାରାୟଣ ମନ୍ଦିର ନିର୍ମାଣ କରୁଥିଲେ । ଏଥିନେଇ ଥାନାରେ ଅଭିଯୋଗ ହେବାରୁ ଉଭୟ ପକ୍ଷଙ୍କୁ ରବିବାର ଥାନାକୁ ଡାକି ବୁଝାସୁଜା କରାଯାଇଥିଲା । ମାତ୍ର ଥାନାରୁ ଗାଁକୁ ଫେରିବା ପରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଗୋଷ୍ଠି ସଂଘର୍ଷରେ ପରିଣତ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠିର ୨୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇ ଜିଲ୍ଳା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର ହୋଇଥିଲେ । ଏମାନଙ୍କ ମଧ୍ୟରୁ ଉଭୟ ପକ୍ଷରୁ ୧୮ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇଥିଲା ।