Odisha news

ମାଲକାନଗିରି ଦିନ କୁ ଦିନ ଗଂଜେଇ କାରବାର ବଢ଼ିବାରେ ଲାଗିଛି : ପୋଲିସ ଦ୍ବାରା 120 କେଜି ଗଂଜେଇ ଜବତ , ଚାରି ଜଣ ଆସାମୀ ଗିରଫ

0
ମାଲକାନଗିରି!ତା:17.8 : ମାଲକାନଗିରି ପୋଲିସ ଗତ କାଲି ନାଇଟ ପେଟ୍ରୋଲିଂ କରୁଥିବା ବେଳେ ଗୌଡଗୁଡା ଛକ ଠାରେ ଏକ ଧଳାରଂଗର ମହେନ୍ଦ୍ରା ସ୍କରପିଓ ଗାଡି ମାଲକାନଗିରି ସହର ମଧ୍ଯକୁ ପ୍ରବେଶ କରିଥିବା ବେଳେ ପୋଲିସକୁ ଦେଖି ଗାଡି ଛାଡି ଚାରି ଜଣ ଆସାମୀ ଅନ୍ଧାରରେ ଲୁଚିବାକୁ ଚେଷ୍ଟା କରୁଥିବା ବେଳେ ପୋଲସ ସେମାନଂକୁ ଧରିବାରେ ସଫଳ ହୋଇଛ !ସେହି ଗାଡିରୁ 120 କେଜି ଗଂଜେଇ ଜବତ କରିବା ସହ 4ଜଣ ଆସାମୀକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି !
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ଥାନା ଏସଆଇ ଶିବ ପ୍ରସାଦ ଭଦ୍ର ସଦଳବଳେ ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାରେ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ଗୌଡଗୁଡା ଛକ ନିକଟକୁ ଅତିକ୍ରମ କରୁଥିଲେ !ରାତ୍ର 11ଟା 30 ମିନିଟ ସମୟରେ ସେହି ରାସ୍ତା ଦେଇ ଏକ ଧଳାରଂଗର ମହେନ୍ଦ୍ର ସ୍କରପିଓ ଗାଡି ଅତିକ୍ରମ କରୁଥିବା ବେଳେ ପୋଲିସ ଦଳକୁ ଦେଖି ଗାଡିଟି କିଛି ଦୂରରେ ଅଟକି ଯାଇଥିଲା ଏବଂ ଗାଡିରେ ଥିବା ଆସାମୀମାନେ ଗାଡିରୁ ତତ୍ କ୍ଷଣାତ ଓହ୍ଲାଇ ଅନ୍ଧାରରେ ଲୁଚି ଯାଇଥିଲେ !
ପୋଲିସ ଖୋଜା ଖୋଜି କରି ଚାରି ଜଣଂକୁ ଠାବ କରିଥିଲା ବେଳେ ଗାଡିରୁ 6ଟା ପଲିଥିନ ବ୍ୟାଗକୁ ଉଦ୍ଧାର କରିଥିଲା !ସେଥିରେ 120କିଗ୍ରା ଗଂଜେଇ ରହିଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ଦଶ ଲକ୍ଷ ବୋଲି ପୋଲିସ  ସୂତ୍ରରୁ ପ୍ରକାଶ!ମାଲାନଗିରି ପୋଲିସ ଉତ୍ତର ପ୍ରଦେଶର ବିନୋଲି ଥାନା ଅନ୍ତର୍ଗତ ବରନୱା ଗ୍ରାମର  ତିନି ଜଣ ଆସାମୀ ଆଇଷ୍ଟେକର(26),ଖଲିଦ(27),ଅଜିତ ରାଣା(28)ଙ୍କୁ ଗିରଫ କରିଥିବା ବେଳେ ମାଲକାନଗିରି ଥାନା ନିକଟସ୍ଥ ଏମଭି-11 ଗ୍ରାମର ହରିଦାସ ବିଶ୍ବାସକୁ ଗିରଫ କରିଛି !
ଏହି ଚାରି ଜଣ ଆସାମୀ ନାମରେ ମାଲକାନଗିରି ଥାନା କେଶ ନଂ 289/ତା:16.8.2020 ଅନୁସାରେ ମାମଲା ରୁଜୁ କରାଯାଇ ଆଜି
କୋର୍ଟ ଚାଲାଣ କରାଯାଇଛି!ସେମାନଂକ ଠାରୁ ଏକ ସ୍କରପିଓ ଗାଡି,ନଗଦ ଏକ ଲକ୍ଷ 55 ହଜାର 945 ଟଂକା,ଚାରିଟା ମୋବାଇଲ, ଚିରିଟା ଡ୍ରାଇଭିଂ ଲାଇସେନ୍ସ,ତିନିଟା ଆଧାର କାର୍ଡ’ଚାରିଟା ଏଟିଏମ କାର୍ଡ,ଗୋଟାଏ ଲେଖାଏଁ ଭୋଟର କାର୍ଡ ଓ ପାନ କାର୍ଡ ପୋଲିସ ଜବତ କରିଥିବା ଜଣାପଡିଛି !
Leave A Reply