ଧର୍ମଶାଳା : ଓଡ଼ିଶାର ଦ୍ୱିତୀୟ ବୃହତମ ନଦୀ ବ୍ରାହ୍ମଣୀ ନଦୀର ସ୍ଥାନୀୟ ଓ ଉପରମୁଣ୍ଡରେ ଲଘୁଚାପ ଜନିତ କ୍ରମାଗତ ବର୍ଷା ଫଳରେ ନଦୀରେ ଦ୍ୱିତୀୟ ବନ୍ୟା ଜଳ ପ୍ରହିତ ହୋଇଛି । ଫଳରେ ୫ଶହ ହେକ୍ଟର ଧାନ ଜମି ଓ ୧୫ଶହ ହେକ୍ଟର ପନିପରିବା ଚାଷ ଜମିରେ ପାଣି ମାଡିଯାଇଛି । ରବିବାର ସନ୍ଧୟା ସୁଦ୍ଧା ଜେନାପୁର ନିକଟରେ ବନ୍ୟାପାଣି ୬୪..୮୦ଫୁଟରେ ପ୍ରବାହିତ ହେଉଛି । ଫଳରେ ବ୍ରାହ୍ମଣୀ ଓ ତାର ଶାଖା ନଦୀ ପାଶ୍ୱର୍ରେ ବସବାସ କରୁଥିବା ଲୋକମାନେ ଭୟଭିତ ହୋଇପଡିଛନ୍ତି । ଏହି ନଦୀର ଓପରମୁ?ଣ୍ଡରେ ଥିବା ରେଙ୍ଗାଲି ଡ୍ୟାମ ଖୋଲିବାର ସମ୍ଭାବନା ନଥିବାରୁ ନଦୀ ପାଶ୍ୱର୍ ଅଂଚଳରେ ବନ୍ୟା ସୃଷ୍ଟି ହୋର ସମ୍ଭାବନା ନାହିଁ ବୋଲି ଜଳ ସେଚନ ବିଭାଗ ସୁତ୍ରରୁ କୁହାଯାଇଛି । ମାତ୍ର ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ଲଘୁଚାପ ୧୯ ତାରିଖରେ ସୃଷ୍ଟି ହେବାର ଆକଳନ କରାଯାଇଛି ।
ଏନେଇ ଜଳ ସେଚନ ବିଭାଗ ପକ୍ଷରୁ ଦୁର୍ବଳ ବନ୍ଧ ଗୁଡିକରେ ଆବଶ୍ୟକ ମରାମତି ପାଇଁ ବିଭାଗ ସଜାଗ ଥିବା ଜାରକା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ କାମଦେବ ଦାସ ସୂଚନା ଦେଇଛନ୍ତି । ଏହି ଡିଭିଜନ ଅଧୀନରେ ୩୨୫.୯୦ କିଲୋମିଟର ନଦୀବନ୍ଧ ଥିବାବେଳେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଖାଲି ସିମେଣ୍ଟବସ୍ତା ୧ଲକ୍ଷ ୨ ହଜାର, ୧୩୯୦ ସି.ଏମ୍ ବାଲି ଓ ୫୦୦ତଲେଇ ବିଭିନ୍ନ ନଦୀବନ୍ଧରେ ଜାରକା ଜଳସେଚନ ବିଭାଗ ପକ୍ଷରୁ ଗଚ୍ଛିତ ରଖାଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ ଇଂ. ଧନେଶ୍ୱର ସାମଲଙ୍କ ଠାରୁ ସୂଚନା ମିଳିଛି । ଗତ ଶୁକ୍ରବାର ରାତିରେ ସର୍ବାଧିକ ୩୪୦ ମିଲି ମିଟର ବର୍ଷା ହୋଇଥିବା ସରକାରୀ ସୁତ୍ରରୁ ଜଣାଯାଇଛି । ଏହା ଫଳରେ ବିରୁପା ନଦୀର ଶାଖା ନଦୀ ଗେଙ୍ଗୁଟି ଦ୍ୱାରା କଂଟିଗଡିଆ, ଅଭୟପୁର, ମିର୍ଜାପୁର, ପାଟପୁର,କୋତପୁର,ଅରେଇକଣା, ପଟୁଣିଆ ଓ କଦମପାଳ ଆଦି ଅଂଚଳରେ ୨ହଜାର ହେକ୍ଟର ଚାଷ ଜମିରେ ବର୍ଷା ଜଳ ମାଡିଯାଇଥିବା କୃଷି ବିଭାଗ ସୁତ୍ରରୁ ପ୍ରକାଶ ।