Odisha news

ବିଧାୟିକାଙ୍କ ପାଣ୍ଠିରେ ଅଭିମନ୍ୟୁ ସାମନ୍ତସିଂହାର କଲେଜ ଛକ ଆଲୋକୀକରଣ ବ୍ୟବସ୍ଥା

0

ବରୀ-(ସ.ବୁ୍ୟ) ବରୀବ୍ଲକର ବାଲିଆ ପଂଚାୟତ ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର କଲେଜ ଛକର ବିଦୁ୍ୟତ କରଣ ବ୍ୟବସ୍ଥା ଉଦ୍ଘାଟିତ ହୋଇଯାଇଛି । ଏଠାରେ ପ୍ରକାଶ କରାଯାଇପାରେ କି ଗତକାଲି ସ୍ୱାଧିନତା ଦିବସ ଅବସରରେ ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ଅନୁଦାନରେ ପ୍ରତିଷ୍ଠିତ ବିଦୁ୍ୟତ କରଣ ବ୍ୟବସ୍ଥାକୁ ବିଦଗ୍ଦ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଆତ୍ମଜ ଚୈାଧୁରୀ ରାଜା ପାର୍ଥ ସାରଥୀ ସାମନ୍ତସିଂହାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ବାଲିଆ ଗ୍ରାମ ପଂଚାୟତର ସରପଂଚ ଦୀର୍ଘ ଦିନ ହେବ ଦାବୀ କରୁଥିଲେ ।

ତାହା ଆଜି ପୂରଣ ହେବାରୁ ବାଲିଆ ଗ୍ରାମ ପଂଚାୟତ ତରଫରୁ ବିଧାୟୀକା ଶ୍ରୀମତୀ ଦାସଙ୍କୁ ସରପଂଚ ପ୍ରବିର କୁମାର ଜେନା, ସମିତି ସଭ୍ୟ ପ୍ରଦିପ ଘଡାଇ ସ୍ୱାଗତ ଜଣାଇଛନ୍ତି । ଏତଦ ଭିନ୍ନ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସାମଲ,ସରପଂଚ ପ୍ରବୀର କୁମାର ଜେନା, ସମିତି ସଭ୍ୟ ପ୍ରଦିପ ଘଡାଇଙ୍କ ସହିତ ସ୍ୱାଇଁଖଣ୍ଡରୁ ବିଜୟ କୁମାର ନାୟକ ,ଗୋଳକୁଣ୍ଡ ସରପଂଚ ଶରତ ଜେନା, ସାହୁପଡା ସରପଂଚ ସେରାଜିନୀ ପଣ୍ଡା, ଇଶାଣପୁରରୁ ଗୋବିନ୍ଦ ଚନ୍ଦ୍ର ଜେନା, ମାଧବାନନ୍ଦ ମହାନ୍ତି , ଚିତ୍ତରଂଜନ ଜେନା , ଧାରପୁର ରୁ ତୁଷାର ରଂଜନ ଶ୍ୟାନ୍ତ. ଶ୍ରୀଧର ସେଠୀ ପ୍ରମୁଖ ବହୁ ନେତୃତ୍ୱ ଯୋଗଦାନ କରିଥିଲେ । ଠିକ୍ ସଂଧ୍ୟା ୬ ଘଟିକାରେ ସମଗ୍ର ଛକ ଆଲୋକିତ ହୋଇଥିଲା ।

Leave A Reply