ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ଆଜି ୧୧ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ସେମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ୫ ଜଣ ମହିଳା ରହିଛନ୍ତି. ମହିଳାଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି l ଶ୍ରୀ ରାମଚନ୍ଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ଭୁତୁପଦା ଗ୍ରାମର ୩ ଜଣ ପୁରୁଷ ଓ ୨ ଜଣ ମହିଳା, ମୂଳ ଅଳସା ପଞ୍ଚାୟତ ଅନ୍ତର୍ଗତ ମୂଳ ଅଳସା ଗ୍ରାମର ଜଣେ ଯୁବକ, ସାରଙ୍ଗଯୋଡ଼ି ପଞ୍ଚାୟତରେ କାର୍ଯ୍ୟରତ ଜନୈକା ଅଙ୍ଗନବାଡି କର୍ମୀ, ଓ ଜଣେ ଯୁବକ, ବିଶ୍ୱନାଥ ପୁର ପଞ୍ଚାୟତ ଅନ୍ତର୍ଗତ ବିଶ୍ଵନାଥ ପୁର ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳା, ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ଐସାନ୍ୟ ପଡା ଗ୍ରାମର ଜଣେ ଯୁବକ ଓ ଶୁକଳ ପଞ୍ଚାୟତ ଅନ୍ତର୍ଗତ ଶୁକଳ ଗ୍ରାମର ଜଣେ ବ୍ୟକ୍ତି ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରୀକ୍ଷା ପରେ କରୋନା ପଜିଟିଭ ଜଣାପଡ଼ିଥିଲେ. ସେ ସେହି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି. ବିଶ୍ୱନାଥ ପୁର ପଞ୍ଚାୟତର ଗର୍ଭବତୀ ମହିଳା ଓ ସାରଙ୍ଗଯୋଡି ପଞ୍ଚାୟତର ଅଙ୍ଗନବାଡି କର୍ମୀ ହୋମ କ୍ଵାରେଣ୍ଟାଇନରେ ରହିଛନ୍ତି. ଅନ୍ୟ ୮ ଜଣ କାଦୁଆ ପଞ୍ଚାୟତ କୋଭିଡ କେୟାର ହୋମରେ ରହିଛନ୍ତି.