Odisha news

ଦଳିତ ବୃଦ୍ଧ ବୃଦ୍ଧାଙ୍କୁ ଉପେକ୍ଷା ବୟଷର ଆଳ ଦେଖାଇ ଦେଉନାହାନ୍ତି ଭତା

0

ବିରିଡି, ୧୬ା୦୮ ; ଭୋଟର ତାଲିକା ସଂଶୋଧନ ଏବଂ ଭୋଟର ପରିଚୟ ପତ୍ରରେ ବୟଷ ସଂଶୋଧନ ହୋଇପାରୁନଥିବାରୁ ବହୁ ବୃଦ୍ଧବୃଦ୍ଧା ବାଦ୍ଧକ୍ଷ ଭର୍ତା ପାଇବାରୁ ବଂଚିତ ହୋଇଆସୁଛନ୍ତି । ଭୋଟର ପରିଚୟ ପତ୍ରରେ ବୟସ ହୋଇନଥିବା ଆଳ ଦେଖାଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦ୍ୱାରା ବାରମ୍ବାର ଉପେକ୍ଷା କରାଯାଇଥିବା ଅନେକ ବୃଦ୍ଧବୃଦ୍ଧା ଅଭିଯୋଗ କରିଛନ୍ତି । ଏହି ଭଳି ଅଭିଯୋଗ ବିରିଡି ବ୍ଲକ ପୁରଣ ପଂଚାୟତ କଂଟାଶାସନ ଗ୍ରାମରେ ବସବାସ କରୁଥିବା କେତେକ ବୃଦ୍ଧବୃଦ୍ଧାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଯେଉଁମାନେକି ୬୦ ବର୍ଷରୁ ଉର୍ଦ୍ଧ ବୟସ ହୋଇଥିଲେ ମଧ୍ୟ ସେମାନଙ୍କୁ ଭର୍ତା ମିଳୁନଥିବା ନେଇ ଅଭିଯୋଗ ଆଣିଛନ୍ତି ।

ଏହି ଗ୍ରାମର ବୃଦ୍ଧାବୃଦ୍ଧି ଗଣେଶ ଭୋଇ (୬୫), ନୟନା ଭୋଇ (୬୧), ଟୁନି ଭୋଇ (୬୬), ସର୍ବେଶ୍ୱର ଭୋଇ (୬୫), ଠୁୁକୁରୀ ଭୋଇ (୬୦), ଗୋପାଳ ଦାସ (୬୫), ପ୍ରଭାତୀ ଦାସ (୬୦) ବର୍ଷ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି ଯେ ଆମ୍ଭେ ଗତ ୨ ରୁ ୩ ବର୍ଷ ଧରି ବାର୍ଦ୍ଧକ୍ଷ ଭର୍ତା ପାଇବା ପାଇଁ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ରେ ବାରମ୍ବାର ଆବେଦନ କରିଆସୁଅଛି । ଏମିତିକି ସରକାରଙ୍କ ଦ୍ୱାରା ୨୦୧୮ ମସିହାରେ ଆମ୍ଭ ପୁରଣ ପଂଚାୟତରେ କରାଯାଇଥିବା ପିଠା ପୋଗ୍ରାମରେ ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ବା ଭର୍ତା ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ଅଧିକାରୀ ଅବେଦନ ପତ୍ର ପ୍ରଦାନ କରିଥିଲୁ ।

ସେତେବେଳେ ମଧ୍ୟ ଆଧାରକାର୍ଡରେ ବୟସ ବା ୬୦ ବର୍ଷରୁ ଉର୍ଦ୍ଧ ହୋଇଥିବା ଦେଖି ସଂପୃକ୍ତ ଅଧିକାରୀ ଆବେଦନ ପତ୍ର ଗ୍ରହଣ କରିଥିଲେ । ପରବର୍ତି ସମୟରେ ଆମ୍ଭମାନଙ୍କ ଭର୍ତା କାହିଁକି ହେଲା ନାହିଁ ବୋଲି ପଚାରିବାରୁ ଭୋଟ ପରିଚୟ ପତ୍ରର ଆଳ ଦେଖାଇ ଆମ ମାନଙ୍କୁ ଏପର୍ଯ୍ୟନ୍ତ ଉପେକ୍ଷା କରି ଆସୁଛନ୍ତି । ତେବେ ଆଧାରକାର୍ଡ ମଧ୍ୟ ସରକାରଙ୍କ ତରଫରୁ ପ୍ରାପ୍ତ ହୋଇଛି । ଏହି ଆଧାର କାର୍ଡ ବ୍ୟାଙ୍କ, ଶ୍ରମ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଜୁଜ୍ୟ ହେଉଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭର୍ତା ପ୍ରଦାନରେ କାହିଁକି ଆଧାରକାର୍ଡରେ ବୟସକୁ ମାନ ଦଣ୍ଡ ଧରାଯାଉ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ । ତେଣୁ ପ୍ରକୃତ ଯୋଗ୍ୟ ଏବଂ ୬୦ ବର୍ଷରୁ ଉଦ୍ଧ ହୋଇଥିବା ଏବଂ ଆଦାରକାର୍ଡକୁ ମାନଦଣ୍ଡ ରୂପେ ଗ୍ରହଣ କରାଯାଇ ଯଥା ଶିଘ୍ର ଭର୍ତାରୁ ବଂଚିତ ହୋଇଆସୁଥିବା ବୃଦ୍ଦବୃଦ୍ଧାଙ୍କୁ ଭର୍ତା ପ୍ରଦାନ ପାଇଁ ଦାବି ହୋଇଛି । ନଚେତ ବାଧ୍ୟ ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave A Reply