Odisha news

ଚୀନ୍ ବର୍ତ୍ତମାନ ରୁଷର ଏକ ସହର ଉପରେ ଅବୈଧ ଅଧିକାର ଯମେଇବାକୁ ଚେଷ୍ଟା ଚଳାଇଛି

0

ନୂଆଦିଲ୍ଲୀ : ସାରାବିଶ୍ୱକୁ କରୋନା ବାଣ୍ଟିବା ପରେ ଚୀନ ଅଧିକାଂଶ ଦେଶାଙ୍କ ସହିତ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ବଢାଇବାରେ ଲାଗିଛି,କାହିଁକିନା କରୋନାକୁ ଭୁଲି ସାରା ଦୁନିଆଁ ବର୍ତ୍ତମାନ ତାର ଏହି ଚକ୍ରଭିୟୁଅରେ ରହିଯିବ l ଏହି ପ୍ରକୃତି ଦ୍ୱାରା ଭାରତ ,ମିଆଁମାର ,ଜାପାନ ପରେ ଚୀନ ବର୍ତ୍ତମାନ ରୁଷରେ ମଧ୍ୟ ଅବୈଧ ପ୍ରବେଶ କରି ତାସାହିତ ଶତ୍ରୁତା କରି ବସିଛି l ଚୀନ ରୁଷର ଗୋଟିଏ ସହର ଉପରେ ନିଜର ଅଧିକାର ଜାହିର କରି ବସିଛି l ହଂକଂ ,ତାଇଵାନ ,ତିବ୍ବତ ,ଦକ୍ଷିଣ ଚୀନ ସାଗର ,ଦୋକଲାମ ଓ ଗଲୱାନ ଘାଟି ପରେ ବର୍ତମାନ ରୁଷର ଗୋଟିଏ କ୍ଷେତ୍ର ଉପରେ କବ୍ଜା କରିବା ପାଇଁ ଚେଷ୍ଟା କରୁଛି l ଚୀନ ବର୍ତ୍ତମାନ ରୁଷର ସହର ବ୍ଳାଦିବୋସ୍ତୋକ ଉପରେ ନିଜର ଦାବି ଜାହିର କରିଛି l ଦେଖିବାକୁ ନଗଲେ ଭୂମି ମାଫିଆ ଚୀନର ଏହା ଏକ ନୂଆ ଚାଲ l

ଦୁନିଆଁର କରୋନା ମିଟରରେ ରୁଷ ପାଖାପାଖି ୭ ଲକ୍ଷ ପଜିଟିଭ ମାମଲା ସହିତ ଚତୁର୍ଥ ସ୍ଥାନରେ ରହିଛି l କରୋନାର ସଂକ୍ରମଣକୁ ଯେଉଁ ପରି ଆମେରିକା ,ବ୍ରାଜିଲ ଓ ଭାରତ ସମ୍ମୁଖୀନ କରୁଛନ୍ତି ,ଠିକ ସେହିପରି ଅସୁବିଧାର ସମ୍ମୁଖୀନ ରୁଷ ମଧ୍ୟ ହେଉଛି l କିନ୍ତୁ ଆଜିପର୍ଯ୍ୟନ୍ତ ଚୀନ ଆଡକୁ ରୁଷ କଦାପି ଆଙ୍ଗୁଠି ଦେଖାଇ ନାହିଁ l ହଂକଂ ,ତାଇଵାନ କିମ୍ବା ସାଉଥ ଚୀନ ସାଗରର କଥା ହେଉ ରୁଷିଆ ଚୀନ ବିରୁଦ୍ଧରେ କେବେବି କୌଣସି ଆକ୍ଷ୍ୟପ ନକରି ସବୁବେଳେ ଚୁପ ରହିଥାଏ l

ରୁଷର ଏହି ସହରର ସ୍ଥାପନl ୨ ଜୁଲାଇ ୧୮୬୦ ରେ ହୋଇଥିଲା ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରୁଷିଆର ଏହି ସହରର ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଦିଲ୍ଲୀରେ ଥିବା ରୁଷ ଦୂତାବାସ ଦ୍ୱାରା ଟ୍ୱିଟର ଆକାଉଣ୍ଡରେ ବ୍ଳାଦିବୋସ୍ତୋକ ସହରର ବାସି ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l ଏହାପରେ ଚୀନର ଜନସାଧାରଣ ,ସିନିୟର ଡିପ୍ଲୋମାର୍ଟ, ସରକାରୀ ଅଧିକାରୀ ଓ ଚୀନ ପତ୍ରକାର ଭଡକୀ ଉଠିଥିଲେ l ଚାଇନିଜ ଗ୍ଲୋବାଲ ଟେଲିଭିଜନ ନେଟୱାର୍କରେ ଏହାକୁ ନେଇ ଜୋର ଚର୍ଚା ହୋଇଥିଲା l ଚୀନର ଜଣେ ସିନିୟର ଜର୍ଣ୍ଣାଲିଷ୍ଟ ଟ୍ୱିଟ କରି କହିଥିଲେ ଯେ “ବ୍ଳାଦିବୋସ୍ତୋକ ପୂର୍ବରୁ ଐତିହାସିକ ଭାବରେ ଚୀନର ଅଂଶ ଥିଲା l ଏହି ସହରକୁ ପୂର୍ବରୁ ହେସୋନବାଇ  ନାମରେ ନାମିତ ଥିଲା ,ଯାହାକୁ ରୁଷ ଏକତରଫା ସନ୍ଧି ଦ୍ୱାରା ଚୀନ ପାଖରୁ ଛଡାଇ ନେଇଯାଇଛି l”ଏହି ସମସ୍ତ ଘଟଣାରୁ ଜଣ ପଡୁଛି ଯେ ବର୍ତମାନ ଚୀନ ରୁଷିଆ ବିରୁଦ୍ଧରେ ଦୁଃଷପ୍ରଚାର ଆରମ୍ଭ କରି ଦେଇଛି ଓ ଦୁନିଆଁକୁ କହିବାକୁ ଆରମ୍ଭ କରିଛି ଯେ ବ୍ଳାଦିବୋସ୍ତୋକ  ସହର ୧୬୦ ବର୍ଷରୁ ରୁଷିଆର କବ୍ଜାରେ ଅଛି l

Leave A Reply