ନୂଆଦିଲ୍ଲୀ :ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ନିୟମର ଉଲଂଘନ କରି ଓ ନିଜ ସମ୍ବିଧାନର ଅବମାନନା କରି ନିଜ କବଜାରେ ଥିବା ଗିଲଗିତ ବଲୁଚିସ୍ତାନରେ ପ୍ରାକୃତିକ ସଂସାଧନକୁ ଲୁଟିବା ପାଇଁ ଚୀନୀ ଖନନ କମ୍ପାନୀ ଗୁଡିକୁ ଖୋଲା ଛୁଟ ଦେଇଦେଇଛି l କେବଳ ଏତିକି ନୁହେଁ ଇସ୍ଲାମଵାଦରେ ଏକ ବଡ ପୋଲ ନିର୍ମାଣ କରିବା ପାଇଁ ଚୀନ ସହିତ ଆରବ ଡଲାରର ଅନୁବନ୍ଧ ଉପରେ ହସ୍ତାକ୍ଷର କରିଛି l ଯେବେକି ଏହି କ୍ଷତ୍ର ଗୁଡିକ ନିୟମ ଦୃଷ୍ଟିରୁ ଭାରତର ଅଟେ l
ପାକିସ୍ତାନ ସରକାର ଗିଲଗିତ ଓ ବଲୁଚିସ୍ତାନରେ ଚୀନ କମ୍ପାନୀ ଗୁଡିକୁ ଅବୈଧ ଭାବରେ ସୁନା ,ୟୁରିନିୟମ ଇତ୍ୟାଦି ଖନନ କରିବା ପାଇଁ ଦୁଇ ହଜାରରୁ ଅଧିକ ଜମି ଲିଜରେ ଦେଇଛି l ଏପରି କରିବା ପାଇଁ ଇମ୍ରାନ୍ ଖାନ ପର୍ଯ୍ୟବରଣ ମlନଦଣ୍ଡକୁ ପବନରେ ଉଡାଇ ଦେଇଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି l ଅବୈଧ ଖନନର ଖୁଲାସା ଜଣେ ନିର୍ବାସିତ ନେତା ଓ ବଲୁଚିସ୍ତାନର ରାଜନୈତିକ ସଂଗଠନର ପ୍ରମୁଖବକ୍ତା କରିଛନ୍ତି l ଅଜିଜ କହିଛନ୍ତି ଯେ “ଆମେ ଆସନ୍ତା ମାସରେ ଜେନେଭାରେ ସଂଯୁକ୍ତ ରାଷ୍ଟ୍ରର ସମିଳନୀରେ ପ୍ରାକୃତିକ ସଂସଧନକୁ ଲୁଟୁଥିବାର ଆରୋପ ପାକିସ୍ତାନ ଉପରେ ଲଗାଇ ଏହି ଚକ୍ରାନ୍ତର ପର୍ଦାଫାଶ କରିବୁ l ”
ପାକିସ୍ତାନ ସମ୍ବିଧାନରେ ଅନୁଛେଦ ୨୫୭ କୁ ଦର୍ଶାଇ ଅଜିଜ କହିଛନ୍ତି ପାକିସ୍ତାନ ସରକାର ବଲୁଚିସ୍ତାନ କ୍ଷତ୍ରରୁ ପ୍ରାକୃତିକ ସଂସାଧନକୁ ଲୁଟିବାର କୌଣସି ଅଧିକାର ନାହିଁ l ଏଠାରେ କୌଣସି ନିୟମକୁ ମାନୁନାହାନ୍ତି ,ଗାନ ମାଧ୍ୟମ ମଧ୍ୟ ଏଠାକୁ ଆସି ରିପୋଟିଂ କରିପାରିବ ନାହିଁ ,ଏଠାରେ ଯିଏ ସ୍ୱର ଉଠାଇବା ତାକୁ ଦଣ୍ଡିତ କରାଯିବ l ଏହି ପରିସ୍ଥିତିରେ ଯଦି କେହି ଏହି ନିର୍ଣୟର ବିରୋଧ କରିବେ ତେବେ ତାକୁ ଏହାର ପରିଣାମ ଭୋଗିବାକୁ ପଡିବ l ପାକିସ୍ତାନ ଚୀନ ହାତର ଗୋଟିଏ ଖେଳନା ହୋଇ ରହିଯାଇଛି l
ସ୍ୱିଜରଲ୍ୟାଣ୍ଡର ଜେନେଭାରେ ରହୁଥିବା ୟୁକେପିଏମପି ନେତା କହିଛନ୍ତି ଯେ ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ପାଖରୁ ପରାମର୍ଶ ନିଆଯାଏ ନାହିଁ l ତାଙ୍କ ହିତ ସାଧନା ପାଇଁ ହେବାକୁ ଥିବା ସୁବିଧାକୁ ଅଣଦେଖା କରାଯାଏ l ଯିବି କ୍ଷତ୍ରରେ ଚୀନକୁ ଏହି ପ୍ରକାର ଉପକୃତ କରାଇବାର ଅର୍ଥ ହେଲା ଅନ୍ତରାଷ୍ଟ୍ରୀୟ ନିୟମକୁ ଉଲଂଘନ କରିବା l ଗିଲଗିତ ବଲୁଚିସ୍ତାନରେ ପ୍ରାକୃତିକ ସଂସାଧନକୁ ଉପଯୋଗ କରି ପାକିସ୍ତାନ ୪୫୦୦୦ ମେଗାୱାଟର ବିଜୁଳି ଉତ୍ପାଦନ କରିବାର ଯୋଜନା ପ୍ରସ୍ତୁତ କରୁଛି l ଏହି ବିଜୁଳି ପାକିସ୍ତାନର ଜନସାଧାରଙ୍କ ପାଇଁ ବ୍ୟବହାର କରାଯିବ l ସୂଚନା ଯୋଗ୍ୟ ଯେ ଯିବି କ୍ଷତ୍ରରେ ଜଣେ ସ୍ଥାନୀୟ ସରକାର ଅଛନ୍ତି କିନ୍ତୁ ଏହାର କଣ୍ଟ୍ରୋଲ ପାକିସ୍ତାନ ଦ୍ୱାରା ହୋଇଥାଏ l