କଟକ : ଅଲଇଣ୍ଡିଆ ରେଲୱେ ମେନସ୍ ଫେଡ଼େରେସନ୍ ଡାକରାରେ ଓ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନର ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପାଟ୍ଟଶାଣୀଙ୍କ ତତ୍ତ୍ୱାବଧାନରେ କଟକ ଶାଖା ତରଫରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରେଲବାଇର ଘରୋଇକରଣ, ଅତିରିକ୍ତ ଭତ୍ତା ଜାନୁଆରୀ ୨୦ରୁ ଲାଗୁ କରିବା ଓ ରେଳବାଇ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିବା ସହ କ୍ୱାର୍ଟର ମରାମତି, ଡ୍ରେନେଜ୍ ବ୍ୟବସ୍ଥାର ପୁନରୁର୍ଦ୍ଧାର ଇତ୍ୟାଦି ବିଭିନ୍ନ ଦାବି ନେଇ ରେଳବାଇ କର୍ମଚାରୀମାନେ କଳାବ୍ୟାଚ ପରିଧାନକରି ପ୍ରତିବାଦ ପ୍ରଦର୍ଶନ କରିଥିଲେ ।
ସୂଚନାଥାଉକି ସମଗ୍ର ଭାରତରେ ଥିବା ବିଭିନ୍ନ ଶାଖାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି ସମ୍ବନ୍ଧୀୟ ଦାବିକୁ ପ୍ରଧାନମନ୍ତ୍ରୀ ଓ ରେଳବିଭାଗର ମନ୍ତ୍ରୀଙ୍କୁ ଟ୍ୱିଟ୍ ଦ୍ୱାରା ସୂଚୀତ କରାଯାଇଛି । କମ୍ରେଡ଼ ସବ୍ୟସାଚୀ ଷଡ଼ଙ୍ଗୀ, ଶାଖା ସମ୍ପାଦକ ବିପିନ୍ ସିଂହ, ସତ୍ୟରଞ୍ଜନ ସିଂହ, ସୁଶାନ୍ତ ରାୟ, କପିଳେନ୍ଦ୍ର ବେହେରା, ପ୍ରସନ୍ନ କୁମାର ନାୟକ, ପ୍ରମୋଦ କୁମାର ନାୟକ, ଶାରଦା ପ୍ରସନ୍ନ ସ୍ୱାଇଁ, ସନ୍ତୋଷ ମଲ୍ଲିକ, ଶିବପ୍ରସାଦ ପତି, ଅଶୋକ ମହାନ୍ତି, ଜଗନ୍ନାଥ ପଣ୍ଡା, ରବିରଞ୍ଜନ ବିଦ୍ୟାର୍ଥୀ, ରସିକ ମୋହନ ମହାପାତ୍ର, ରମେଶ ପଣ୍ଡା, ବିଶ୍ୱଜିତ୍ ନାଗ, ସୁନୀଲ ସାହୁ ପ୍ରମୁଖ ଏହି ସଭାରେ ସାମିଲ ହୋଇଥିଲେ