Odisha news

ଜିଲ୍ଲାରେ ଚଳିତ ବର୍ଷ ପୀଠ ମାନଙ୍କରେ ଗଣେଷ ପୂଜା ବନ୍ଦ ରହିବ: ଜିଲ୍ଲାପାଳ

0

ଯାଜପୁର: ୧୨/୦୮ :”  ଚଳିତ ବର୍ଷ କରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମଣ୍ଡପ ମାନଙ୍କରେ ହେଉଥିବା ଗଣେଷପୂଜା ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏ ସଂପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ପରାମର୍ଶ ଦାତାଙ୍କ ସହ ଆଲୋଚନା ଏବଂ ସେମାନଙ୍କର ସାର୍ବଜନୀନ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନ ସବୁଠାରୁ ମୂଲ୍ୟବାନ ।

ସଂପ୍ରତ୍ତି ସାମାଜିକ ଦୂରତା ଓ କରୋନା ପ୍ରଭାବ ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ସାମାଜିକ ଉତ୍ସବ ଭାବେ ଗଣେଷ ପୂଜା ପାଳନ କରିବା ଶୁଭଙ୍କର ହେବ ନାହିଁ । ଯାହା ଫଳରେ କରୋନା ଅଧିକ ବ୍ୟାପିବାର ସମ୍ଭାବନା ଥିବାରୁ ଚଳିତ ଗଣେଷ ପୂଜାକୁ ବନ୍ଦ ରଖାଯିବା ସହ ଯେଉଁମାନେ ଘରେ ପୂଜା କରିବାକୁ ·ହୁଁଛନ୍ତି ଉପଯୁକ୍ତ ସାମାଜିକ ଦୂରତା ସହ ପୂଜା କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀଦାସ କହିଛନ୍ତି ।

ବିଗତ ମାର୍ଚ୍ଚ ମାସ ଠାରୁ ଆମେ ଅନେକ କଠିନ ସମୟ ଦେଇ ଗତି କରୁଛନ୍ତି । ଜିଲ୍ଲାବାସୀ କରୋନାର ସମସ୍ତ କାର୍ଯ୍ୟରେ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ସହଯୋଗ ଜାରି ରଖିବେ । ତେଣୁ କରୋନାର ଏହି କଠୋର ସମୟରେ ଆମେ ସମବଦ୍ଧ ହୋଇ ମାର୍ଗଦର୍ଶିକା ଅନୁପାଳନ କରିବା ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave A Reply