ଗୋପ,୧୨/୮: ପୁରୀ ଜିଲା ଗୋପ ବ୍ଲକ୍ ଅଧିନ ରେଢ଼ୁଆ ଗ୍ରାମରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ୍ ୨୮ ଜଣଙ୍କୁ ଅତ୍ୟନ୍ତ ବର୍ବରତାର ସହ ଉଠାଇ ନେଇଥିବାବେଳେ ଗ୍ରାମରେ ମାନବାଧିକାର କର୍ମୀ ପ୍ରଦୀପ ନାୟକ ପହଞ୍ଚô ଗ୍ରାମରେ ଉପସ୍ଥିତ ଥିବା ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିବାବେଳେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡ଼ିଛି । ତେବେ ଖୁବ୍ ଶୀଘ୍ର ଏ ନେଇ ଏକ ମାମଲା ରୁଜୁ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାନବାଧିକାର କର୍ମୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରେଢ଼ୁଆ ଗ୍ରାମରେ ମନ୍ଦିରରେ ପୂଜା କରୁଥିବା ପୂଜକଙ୍କୁ ସେହି ଗ୍ରାମର ଜୈନିକ ବ୍ୟକ୍ତି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିବାବେଳେ ନ୍ୟାୟ ଲାଗି ଗ୍ରାମବାସୀମାନେ ଗୋପ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ମାତ୍ର ଦୁଇ ତିନି ଦିନ ଧରି ଗ୍ରାମବାସୀମାନେ ଥାନାକୁ ଦୌଡ଼ୁଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ମାତ୍ର ଏହି ଚୋରି ଘଟଣାରେ ସେହି ଗ୍ରାମକୁ ଯାଇ ରାତି ଅଧିଆ ଚଢ଼ାଉ କରିଥିଲା । ଚଢ଼ାଉ କରିବା ସମୟରେ ଘରେ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା, ମହିଳାମାନଙ୍କୁ ପୋଲିସ୍ ଅଶ୍ଳିଳ ଆଚରଣ ପ୍ରଦର୍ଶନ କରିବା ଆଦି ଅଭିଯୋଗ କରି ଗ୍ରାମବାସୀମାନେ ପୋଲିସ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଘଟଣାସ୍ଥଳରେ ନିମାପଡ଼ା ଏସ୍ଡ଼ିପିଓ ପ୍ରଦୀପ ଦଳାଇ ଦୁଇ ପ୍ଲାଟୁନ୍ ଫୋର୍ସ ସହ ପହଞ୍ଚô ଉତ୍ତ୍ୟେକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିଥିବାବେଳେ ପୋଲିସ୍କୁ ମୁକାଳିଥିଲେ । ମାତ୍ର ଏ ନେଇ ପୋଲିସ୍ ପ୍ରତିଶୋଧ ପରାୟଣ ହୋଇ ୧୦ ତାରିଖରେ ଗ୍ରାମରେ ପଶି ୧୯ ଜଣ ମହିଳାଙ୍କ ସମେତ ୨୮ ଜଣଙ୍କୁ ଗିରଫ କରି ୨୭ଟି ସଂଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା ।
ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଗତକାଲି ସିପିଆଇ ଓ କଂଗ୍ରେସର ପ୍ରତିନିଧି ଦଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସଂପର୍କରେ ପଚାରି ବୁଝିଥିଲେ । ବୁଧବାର ମାନବାଧିକାର କର୍ମୀ ପ୍ରଦୀପ ନାୟକ, ସୋସିଆଲ୍ ମିଡ଼ିଆ ଡ଼ିଜିଟାଲ କମୁ୍ୟନିକେସନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ସୁବାଶ ନାୟକ ପ୍ରମୁଖ ଗ୍ରାମରେ ପହଞ୍ଚô ପୋଲିସ୍ କାର୍ଯ୍ୟାନୁଷ୍ଠାନ ସଂପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ପୋଲିସ୍ ଗିରଫ ସମୟରେ ମହିଳାଙ୍କୁ ମାଡ଼ ମାରିିଥିବା ଓ ମହିଳା ପୋଲିସ୍ଙ୍କ ଅନୁପସ୍ଥିତିରେ ମହିଳାମାନଙ୍କୁ ଗିରଫ କରିଥିବା ଓ ନାବାଳକଙ୍କୁ ଗିରଫ କରିଥିବାବେଳେ ବୃଦ୍ଧ ବୃଦ୍ଧାଙ୍କୁ ମାଡ଼ ମାରିଥିବା ମାନବାଧିକାରୀ କର୍ମୀ ଶ୍ରୀ ନାୟକ ଜାଣିବାକୁ ପାଇଥିଲେ ।
ପରେ ଏହି ଘଟଣା ସଂପର୍କରେ ଶ୍ରୀ ନାୟକ ଗୋପ ଥାନାରେ ପହଞ୍ଚô ଥାନାଧିକାରୀ ସୁଧୀର କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ । ପୋଲିସ୍ର ଏଭଳି ଅମାନୁସିକ କାର୍ଯ୍ୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିବାବେଳେ ମାନବାଧିକାର କମିଶନରଙ୍କ ନିକଟରେ ଏକ ମାମଲା ରୁଜୁ କରାଯିବ । ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।