ପଟ୍ଟାମୁଣ୍ଡାଇ : ସଂପ୍ରତି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଚଂଳର ଚାଷୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଗଜା ମରୁଡି ସମ୍ଭାବନା ଅନେକାଂଶରେ ଦୂର ହୋଇଛି । ମାତ୍ର ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଫୁଲି ଉଠିଥିବାବେଳେ କାଣୀ ନଦୀରେ ବନ୍ୟା ଆସିଛି । କାଣୀ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଚଂଳ ଭାବେ ପରିଚିତ ସିଂହଗାଁ ପଚାଂୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଚାଷ ଜମି ଠାରୁ ରାସ୍ତାଘାଟ ବୁଡି ଯାଇଛି ।
ବ୍ରାହ୍ମଣୀ ଫୁଲି ଉଠିବା ଫଳରେ ଧୋୟାଚଂଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ ଆଦି ପଚାଂୟତର ବ୍ୟାପକ ଅଚଂଳ ଓ ଚାଷ ଜମି ଜଳମଗ୍ନ ହୋଇପଡିଛି । ସେହିପରି ନୀଳକଣ୍ଠପୁର, ବାଛରା, ବାଲିପାଟଣା, ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଚାଂୟତର ବ୍ୟାପକ ଅଚଂଳ ଓ ଚାଷ ଜମି ଜଳମଗ୍ନ ହୋଇଯାଇଛି । ନଦୀକୂଳରେ ଥିବା ଘର ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହୋଇଛି । ପୌରାଚଂଳର ନଦୀକୂଳରେ ଥିବା ଚାଷ ଜମି ବନ୍ୟା ଜଳରେ ବୁଡି ଯାଇଛି । ପଟ୍ଟାମୁଣ୍ଡାଇ ବିଡିଓ ଭରତ ପରିଡା ପ୍ରବାବିତ ଅଚଂଳ ଗସ୍ତ କରି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ସରକାର ଓ ପ୍ରଶାସନ ପାଇଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଚ୍ୟାଲେଞ ସୃଷ୍ଟି କରିଛି ।