Odisha news

କନ୍ଧମାଳ ଜିଲାରେ ପୁଣି ୫୯ ଜଣ କରୋନା ପଜିଟିଭ ଚିହ୍ନଟ , ମୋଟ ପଜିଟିଭ ସଂଖ୍ୟା ୮୯୯

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୫୯ ନୁଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ପୁରୁଷ ହୋଇଥିବା ବେଳେ ୧୪ ଜଣ ମହିଳା ରୋଗୀ ଅଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୮୯୯ ରେ ପଂହଚିଛି । ସେଥିରୁ ଆଜି ଆରୋଗ୍ୟ ହୋଇଥିବା ୪୬ ଜଣଙ୍କୁ ମିଶାଇ ୫୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୩୬୫ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି କରୋନା ଜିଲ୍ଲାରେ ୫ ଜଣଙ୍କ ମୁଣ୍ଡ ମଧ୍ୟ ନେଲାଣି । କରୋନା ପଜିଟିଭଙ୍କ ସଂଖ୍ୟା ଜିଲ୍ଲାରେ ଦିନକୁ ଦିନ ବଢିଚାଲିଥିବାରୁ ପ୍ରଶାସନ ଚିନ୍ତାରେ ପଡିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛି । ସେହିପରି ବାହାରକୁ ଆସିଲେ ହାତକୁ ଭଲଭାବେ ସାନିଟାଇଜ୍ କରିବାକୁ ପରାମର୍ଶ ଦେଇଛି । ସେହିପରି ଦୋକାନ ବଜାର ସକାଳ ୭ରୁ ଗୋଟାଏ ଯାଏଁ ଖୋଲା ରଖିବା ଲାଗି ନିଦେ୍ର୍ଦଶ ଦେଇଛି ପ୍ରଶାସନ । ଆଜି ଫୁଲବାଣୀ ସହରର ଗୋପାଳ ସାହୀରୁ ଜଣେ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡା ଅଂଚଳରୁ ୧୮, ଫିରିଙ୍ଗିଆ-୧, ଜି.ଉଦୟଗିରି ଅଂଚଳରୁ-୧୩, ଦାରିଙ୍ଗବାଡି-୧, କ.ନୂଆଗାଁ -୫, କୋଟଗଡ-୨, ଚକାପାଦ-୩ ଓ ତୁମୁଡିବନ୍ଧ ଅଂଚଳରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply