ପୁରୀ,୯ା୮: କ୍ରାନ୍ତି ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ“ଓଡ଼ିଶା ମୋର ପରିବାର” ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । “ଓଡ଼ିଶା ମୋ ପରିବାର”ର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକ ଓ ପୂର୍ବତନମନ୍ତ୍ରୀ ମହେଶ୍ୱର ମହାନ୍ତି ଉପସ୍ଥିତ ଥିଲେ ।
ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।